ରାଜନୈତିକ ହିଂସାରୁ କେନ୍ଦ୍ରାପଡାରେ ଗର୍ଜିଲା ଗୁଳି, ବାପା ମୃତ ପୁଅ ଓ ସ୍ତ୍ରୀ ଗୁରୁତର

କେନ୍ଦ୍ରାପଡା(କେନ୍ୟୁଜ୍): ଦିନ ଦ୍ୱିପ୍ରହରରେ ଘରୁ ଡାକି ଗୁଳିମାଡ଼ । କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଦୁର୍ବତ୍ତଙ୍କ ଗୁଳିମାଡ଼ରେ ବାପା ମୃତ, ମାଆ ଓ ପୁଅ ଗୁରୁତର । ମୃତ ବ୍ୟକ୍ତିଙ୍କ ନାଁ ଅରବିନ୍ଦ ମିଶ୍ର । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହାକାଳପଡ଼ା ବବକରପୁରରେ ଗୁଳିକାଣ୍ଡ ଘଟିଛି । ୨ ଜଣ ଦୁର୍ବତ୍ତ ବାଇକରେ ଆସି ସୁଭକେଶ ମିଶ୍ର ଓରଫ କାହ୍ନାକୁ ଘରୁ ଡାକିଥିଲେ । ପାଟିଶୁଣି ବାପା ଅରବିନ୍ଦ ମିଶ୍ର ବାହାରି ଆସିବାରୁ ଦୁର୍ବତ୍ତ ମାନେ ସଙ୍ଗେ ସଙ୍ଗେ ୩ ରାଉଣ୍ଡ ଗୁଳି ଚଳାଇଥିଲେ ।

ପରେ ଗୁଳି ଶଦ୍ଦ ଶୁଣି ମାଆ ଓ ପୁଅ ଘରୁ ବାହାରି ଆସିବାରୁ ତାଙ୍କ ଉପରେ ମଧ୍ୟ ଗୁଳି ଚଳାଇଥିଲେ ଦୁର୍ବତ୍ତ । ଗୁଳିମାଡ଼ ଶୁଣି ଗ୍ରାମବାସୀ ୨ ଦୁର୍ବତ୍ତଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ । ଉତ୍ତ୍ୟକ୍ତ ଗ୍ରାମବାସୀ ଦୁର୍ବତ୍ତଙ୍କ ବାଇକରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ବାପା ଅରବିନ୍ଦ ମିଶ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆ ଓ ପୁଅଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରେ ମାଆ ମୀନାକ୍ଷୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ମହାକାଳପ଼ଡା ପୋଲିସ ୨ ଦୁର୍ବତ୍ତଙ୍କୁ ହେପାଜତକୁ ନେଇ ତଦନ୍ତ ଚଳାଇଛି । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.