ଏହି ସହଜ ଉପାୟରେ ବନାନ୍ତୁ ଟେଷ୍ଟୀ ଚାଟ୍‌, ଥରେ ଖାଇଲେ କହିବେ ବାଃ କଣ ଲାଗୁଛି !

ଚାଟ୍‌ କଥା ଆସିଲେ ମୁହଁରୁ ଲାଳ ବାହାରିଆସେ। ଚାଟ ବହୁତ ପ୍ରକାର ପ୍ରସ୍ତୁତ କରାଯାଏ କିନ୍ତୁ ଆଳୁ ଚାଟ କଥା ଟିକେ ଅଲଗା। ଏମିତିରେ ଆଜି ଆମେ ଆପଣଙ୍କୁ ଆଳୁ-ଟମାଟୋ ଚାଟ ଦେସୀ ରେସିପି ଜଣାଇବୁ। ବିଶ୍ୱାସ କରନ୍ତୁ ଏହା ବହୁତ ଟେଷ୍ଟି ଏବଂ ଆପଣଙ୍କୁ ନିଶ୍ଚିତ ପସନ୍ଦ ଆସିବ।

ଆଳୁ ଟମାଟୋ ଚାଟ୍‌ ପାଇଁ ସାମଗ୍ରୀ

ଆଳୁ, ଟମାଟୋ, ଧନିଆ ପତ୍ର, ତେଲ, ସେଓ, ଲାଲ ଲଙ୍କା ପାଉଡର, ଗୋଲ ମରୀଚ ପାଉଡର, ଅଦା, କଞ୍ଚା ଲଙ୍କା, ଲୁଣ, ଭଜା ଜିରା ପାଉଡର, ଚାଟ ମସଲା, କଳା ଲୁଣ, ଧନିଆ ଚଟଣୀ, ମିଠା ଚଟଣୀ, ତେନ୍ତୁଳି ରସ।

ପ୍ରସ୍ତୁତି ପ୍ରଣାଳୀ

ଚାଟ୍‌ ବନାଇବା ପାଇଁ ପ୍ରଥମେ ଆପଣ ଆଳୁକୁ ସିଝାଇ ଦିଅନ୍ତୁ। ଆଳୁ ସିଝି ଗଲା ପରେ ଏହା ଚୋପା ବାହାର କରିଦିଅନ୍ତୁ ଏବଂ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏବେ ଟମାଟୋକୁ ବି କାଟି ଛୋଟ ଛୋଟ କରିଦିଅନ୍ତୁ। ଏବେ ଏକ କଡାରେ ତେଲ ଗରମ କରନ୍ତୁ ଏବଂ ଏଥିରେ ଆଳୁକୁ ଭଲଭାବେ ଫ୍ରାଏ କରିଦିଅନ୍ତୁ। ଏହାକୁ କ୍ରିସପୀ ହେବା ପର୍ଯ୍ୟନ୍ତ ଭାଜିଦିଅନ୍ତୁ। ଆଳୁ ଭଲଭାବେ ଭାଜି ହୋଇଗଲା ପରେ ଏହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ। ଏହାପରେ ଏଥିରେ କଟା ହୋଇଥିବା ଟମାଟୋ ଏବଂ କଞ୍ଚାଲଙ୍କାକୁ କାଟି ପକାନ୍ତୁ।

ଏଥିରେ ଅନ୍ୟ ମସଲା ଲାଲ ଲଙ୍କା ଗୁଣ୍ଡ, ଗୋଲ ମରୀଚ ପାଉଡର, କୋରି ରଖିଥିବା ଅଦା, କଞ୍ଚା ଲଙ୍କା, ଭଜା ଜିରା ପାଉଡର, ଚାଟ ମସଲା, କଳା ଲୁଣ, ଧନିଆ ପତ୍ର ଚଟଣୀ, ମିଠା ଚଟଣୀ ପକାଇ ମିକ୍ସ କରନ୍ତୁ। ଏହା ଭଲଭାବେ ମିକ୍ସ ହୋଇଗଲା ପରେ ଏଥିରେ ତେନ୍ତୁଳି ରସ ମିଶାନ୍ତୁ। ଏହାକୁ ଧନିଆ ପତ୍ରରେ ଗାର୍ନିସ କରନ୍ତୁ। ଆପଣ ଚାହିଁଲେ ଏହି ଚାଟରେ ସ୍ପ୍ରାଉଟ୍ସ ମଧ୍ୟ ମିଶାଇ ପାରିବେ। ଆପଣ ଚାହିଁଲେ ଏଥିରେ ଦହି ପକାଇପାରିବେ। ଏବଂ ଏହାସହିତ ସେଓ ଏବଂ ପାମ୍ପୁଡି ମଧ୍ୟ ପକାଇ ସର୍ଭ କରିପାରିବେ।

କେମିତି ବନାଇବେ ଗ୍ରୀନ୍‌ ଚଟଣୀ

ଗ୍ରୀନ୍‌ ଚଟଣୀ ବନାଇବା ପାଇଁ ଧନିଆ ପତ୍ର, ପୋଦିନା, କଞ୍ଚା ଲଙ୍କା, ଲୁଣ, କଳା ଲୁଣ, ଜିରା ଏବଂ ଆମଚୁର ପାଉଡର ଦରକାର ପଡିବ। ଏହି ସବୁ ଜିନିଷକୁ ଗ୍ରାଇଣ୍ଡରରେ ଭରି ଭଲଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.