ରାସ୍ତା ମଝିରେ ଗୁଳିକାଣ୍ଡ: ଯୁବକଙ୍କୁ ଗୁଳିମାଡ଼ କରି ଦୁବୃର୍ତ୍ତ ଫେରାର

ରାସ୍ତା ମଝିରେ ଯୁବକଙ୍କୁ ଗୁଳିମାଡ଼ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାକପାଲାରେ ଗୁଳି ମାଡ଼ । ଡାକପାଲା ଅଞ୍ଚଳର ଅଜିତ ପ୍ରଧାନ ନାମକ ଯୁବକଙ୍କୁ କେହି ଜଣେ ଦୁବୃର୍ତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା ।

କନ୍ଧମାଳ (କେନ୍ୟୁଜ): ରାସ୍ତା ମଝିରେ ଯୁବକଙ୍କୁ ଗୁଳିମାଡ଼ । କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାକପାଲାରେ ଗୁଳି ମାଡ଼ । ଡାକପାଲା ଅଞ୍ଚଳର ଅଜିତ ପ୍ରଧାନ ନାମକ ଯୁବକଙ୍କୁ କେହି ଜଣେ ଦୁବୃର୍ତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଥିଲା । ଗତକାଲି ରାତି ୯ଟା ବେଳକୁ ଫୁଲବାଣୀରୁ ନିଜ ଘରକୁ ଫେରୁଥିବା ବେଳେ ଗୁଳିମାଡ଼ ହୋଇଛି । ଗୁଳିଟି ଅଜିତଙ୍କ ଛାତିରେ ବାଜିଥିଲା । ତାଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାସ୍ଥଳରେ ଟାଉନଥାନା ପୋଲିସ ତଦନ୍ତ ଚଳାଇଛି । ତେବେ କିଏ ଓ କାହିଁକି ଅଜିତଙ୍କୁ ଗୁଳି ମାଡ଼ କରିଲା କାରଣ ଜଣାପଡିନି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.