Below header

୯ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଝାରସୁଗୁଡାରୁ ଉଡିଥିଲା ପ୍ରଥମ ବିମାନ

ଝାରସୁଗୁଡା(କେନ୍ଯୁଜ୍) : ଝାରସୁଗୁଡା ବିମାନବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବା ପରେ ପ୍ରଥମ ବିମାନର ଶୁଭାରମ୍ଭ କରିଥିଲେ । ଏହି ଫ୍ଳାଇଟର ପ୍ରଥମ ଶୁଭାରମ୍ଭ ସମୟରେ ୯ଜଣ ଆର୍ଥିକ ଦୁର୍ବଳ ପରିବାରର ଛାତ୍ରଛାତ୍ରୀଙ୍କୁ ଛତିଶଗଡର ରାୟପୁରକୁ ପଠାଯାଇଥିଲା । ତେବେ ସେମାନଙ୍କ ମଧ୍ଯରୁ ୪ଜଣ ଦିବ୍ଯାଙ୍ଗ ଥିଲେ । ଏହି ଛାତ୍ରଛାତ୍ରୀମାନେ ଝାରସୁଗୁଡା ସ୍ଥିତ ବେହେରା ସେବାଶ୍ରମ ସ୍କୁଲର । ତେବେ ଏହି ଛାତ୍ରଛାତ୍ରୀମାନଙ୍କ ସହିତ ୩ଜଣ ଶିକ୍ଷକ ରାୟପୁର ଯାତ୍ରା କରିଥିଲେ । ତେବେ ୨ଦିନ ସେଠାରେ ରହିବା ପରେ ଟ୍ରେନ୍ ଯୋଗେ ସେମାନେ ଝାରସୁଗୁଡା ଫେରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.