Below header

ବ୍ରହ୍ମପୁରରୁ ବ୍ରାଉନ ସୁଗାର ଜବତ, ୧୨ ଗ୍ରାମ ବ୍ରାଉନ ସୁଗାର ସହ  ଦୁଇ ଗିରଫ 

ବ୍ରହ୍ମପୁର(କେନ୍ୟୁଜ୍): ରାଜଧାନୀ ଭୂବନେଶ୍ୱର ପରେ ଏବେ ରେଶମ ସହର ବ୍ରହ୍ମପୁରରେ ବ୍ରାଉନ ସୁଗାର। ଆଜି ସଂଧ୍ୟାରେ ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ ବ୍ରାଉନ ସୁଗାର ବିକ୍ରୀ କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିବା ସହ ୧୨ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି  । ଗିରଫ ଦୁଇ ଜଣ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡ଼ ଗାଁର ବୁଡୁ ଦାଶ ଓ ସୋରଳ ଜଙ୍କସନର ରଞ୍ଜନ ସାହୁ । ଗିରଫ ଦୁଇ ଜଣ ଏକ ମୋଟର ସାଇକେଲରେ ଭୂବନେଶ୍ୱରରୁ ଏହି ବ୍ରାଉନ ସୁଗାର ଧରି ବ୍ରହ୍ମପୁର ଅଭିମୁଖେ ଆସୁଥିଲେ। ପୋଲିସ କୌଣସି ସୂତ୍ରରୁ ଖବର ପାଇ ଖଜୁରୀଆ ନିକଟରେ ଏମାନଙ୍କୁ ଚଢାଉ କରିଥିଲା  । ଗିରଫ ଅଭିଯୁକ୍ତଙ୍କ ଠାରୁ କିଛି ପ୍ୟାକେଟର ବ୍ରାଉନ ସୁଗାର ଜବତ କରିଥିଲା ପୋଲିସ। ପ୍ରତ୍ୟେକ ପ୍ୟାକେଟ୍ ୫ଶହ ଟଙ୍କାରେ ବିକ୍ରୀ କରୁଥିଲେ ଏହି ବେପାରୀ।

 

ଆଖାପାଖ ଅଞ୍ଚଳର ଇଞ୍ଜିନିୟରିଂ ଛାତ୍ର ମାନେ ଏହାକୁ କିଣି ନେଉଥିବା ପ୍ରାଥମିକ ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି  । ତେବେ କେବଠାରୁ ଏହି ବ୍ୟବସାୟ ଚାଲିଛି  ଓ କେଉଁ ମାନଙ୍କ ଏଥିରେ ସଂପୃକ୍ତି ରହିବା ସହ ଏହାକ ଚେର ଓ ନେଟୱାର୍କ କେଉଁ ଆଡ଼େ ଲମ୍ୱିଛି ସେ ନେଇ ପୋଲିସ ଅଧିକା ତଦନ୍ତ ଜାରି ରଖିଛି  । ଜବତ ହୋଇଥିବା ବ୍ରାଉନ ସୁଗାର ଆନୁମାନିକ ମୂଲ୍ୟ ଦେଢ ଲକ୍ଷ ଟଙ୍କା ହୋଇଥିବା ଅନୁମାନ କରାଯାଉଛି।ଅଭିଯୁକ୍ତମାନେ ବ୍ୟବହାର କରିଥିବା ମୋଟର ସାଇକେଲକୁ ପୋଲିସ ଜବତ କରିଛି  । ବ୍ରହ୍ମପୁର ସହରରେ ବ୍ରାଉନ ସୁଗାର ଜବତ ହେବା ଘଟଣା ପ୍ରଥମ ହୋଇଥିବା ବେଳେ ଅଗାକୁ ତଦନ୍ତ କଲେ ଏହାର ନେଟୱର୍କ ପଦାକୁ ଆସିବ ବୋଲି ପୋଲିସ କହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.