Below header

୨୩ ଘଣ୍ଟା ପରେ ଉଦ୍ଧାର ହେଲେ ବୃଦ୍ଧ ମତ୍ସ୍ୟଜୀବୀ, ବନ୍ୟାର ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ଥିଲେ

୨୩ ଘଣ୍ଟା ପରେ ବନ୍ୟା ପାଣିରୁ ଉଦ୍ଧାର ହେଲେ ବୃଦ୍ଧ ମତ୍ସ୍ୟଜୀବୀ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ ଗଡରୋମିତ ଗାଁର ସୁରଥ ମାଝି ଗତକାଲି ସନ୍ଧ୍ୟାରେ ମହାନଦୀକୁ ମାଛ ମାରିବାକୁ ଯାଇଥିଲେ।

ମହାକାଳପଡା : ୨୩ ଘଣ୍ଟା ପରେ ବନ୍ୟା ପାଣିରୁ ଉଦ୍ଧାର ହେଲେ ବୃଦ୍ଧ ମତ୍ସ୍ୟଜୀବୀ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଳକ ଗଡରୋମିତ ଗାଁର ସୁରଥ ମାଝି ଗତକାଲି ସନ୍ଧ୍ୟାରେ ମହାନଦୀକୁ ମାଛ ମାରିବାକୁ ଯାଇଥିଲେ। ଡଙ୍ଗାରେ ମାଛ ମାରୁଥିବା ବେଳେ ମହାନଦୀରେ ଆସିଥିବା ବନ୍ୟାର ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ଥିଲେ ସୁରଥ।

ତାଙ୍କୁ ଖୋଜିବାକୁ ଗାଁର କିଛି ବ୍ୟକ୍ତି ଦୁଇଟି ଯନ୍ତ୍ରଚାଳିତ ଡଙ୍ଗା ସାହାଯ୍ୟରେ ନଦୀକୁ ଯାଇଥିଲେ। ଆଜି ୨ଟି ଅଗ୍ନିଶମ ବାହିନୀ ଟିମ୍‌ ସହ ଓଡ୍ରାଫ୍‌ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିଲେ। ପ୍ରାୟ ୧୨ କିଲୋମିଟର ଦୂର ସମୁଦ୍ର ମୁହାଣ ନିକଟରେ ନିଖୋଜ ସୁରଥଙ୍କୁ ଉଦ୍ଧାର କରିଥିଲେ ଉଦ୍ଧାରକାରୀ ଟିମ୍‌। ବର୍ତ୍ତମାନ ସୁରଥ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି। ସୁରଥଙ୍କୁ ପରିବାରରେ ଖୁସିର ଲହରୀ ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.