Below header

୨୦୨୪ ରଥଯାତ୍ରା ବେଳେ ଖୋଲିବ ଭିତର ରତ୍ନଭଣ୍ଡାର, ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବ ଶ୍ରୀମନ୍ଦିର ପ୍ରଶାସନ

୨୦୨୪ ରଥଯାତ୍ରା ବେଳେ ଖୋଲିବ ଭିତର ରତ୍ନଭଣ୍ଡାର। ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବ ଶ୍ରୀମନ୍ଦିର ପ୍ରଶାସନ। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

୨୦୨୪ ରଥଯାତ୍ରା ବେଳେ ଖୋଲିବ ଭିତର ରତ୍ନଭଣ୍ଡାର। ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବ ଶ୍ରୀମନ୍ଦିର ପ୍ରଶାସନ। ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। ଭିତର ରତ୍ନଭଣ୍ଡାରର ଅତ୍ୟାଧୁନିକ ଯାଞ୍ଚର ତଦାରଖ ପାଇଁ ଗଠିତ ହେବ ଏକ ଉଚ୍ଚସ୍ତରୀୟ କମିଟି। ଏହା ସହ ବୁଧବାର ବନକଲାଗି ନୀତି ହେବ ବୋଲି ନିଷ୍ପତ୍ତି ହୋଇଛି। ଯାତ୍ରୀ ପରିକ୍ରମା ପ୍ରକଳ୍ପ ସରିବା ପରେ ଖୋଲିବ ଉତ୍ତର ଓ ଦକ୍ଷିଣ ଦ୍ୱାର ।

ଖୋଲିବ ଭିତର ରତ୍ନଭଣ୍ଡାର । ଆଗାମୀ ରଥଯାତ୍ରା ବେଳେ ହୋଇପାରେ ରତ୍ନଭଣ୍ଡାର ଯାଞ୍ଚ। ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଥିଲା ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା-ଏଏସଆଇ । ଏବେ ଯାଞ୍ଚ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବ ଶ୍ରୀମନ୍ଦିର ପ୍ରଶାସନ । ମହାରାଜ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

ନୀତିରେ ବାଧା ନ ଉପୁଜିବା ପାଇଁ ରଥଯାତ୍ରା ବେଳେ ହେବ ଭିତର ରତ୍ନଭଣ୍ଡାର ଯାଞ୍ଚ । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ ପରି ଅତ୍ୟାଧୁନିକ ଯାଞ୍ଚ। ଏହାର ତଦାରଖ ପାଇଁ ଜଣେ ସୁପ୍ରିମକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତି କିମ୍ବା ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହେବ।

ବୁଧବାର ହେବ ବନକଲାଗି ନୀତି। କୌଣସି ବିଶେଷ ନୀତି ଥିଲେ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶରେ ଏହା ଗୁରୁବାର ହେବ। ମାସକୁ ଦୁଇଥର ମହାପ୍ରଭୁଙ୍କ ବନକଲାଗି ନୀତି ହେବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚାରିଦ୍ୱାର ଖୋଲିବା ନେଇ ମଧ୍ୟ ହୋଇଛି ଆଲୋଚନା। ଯାତ୍ରୀ ପରିକ୍ରମା ପ୍ରକଳ୍ପ କାମ ସରିବା ପରେ ଖୋଲିବ ଚାରିଦ୍ୱାର।

ସେବାୟତ ପାରମ୍ପରିକ କ୍ରୀଡାର ବିକାଶ ପାଇଁ ସବୁ ଯାଗା, ଆଖଡ଼ାର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ସେବାୟତ ବାସଗୃହ ଯୋଜନା ପ୍ରକଳ୍ପ ହରଚଣ୍ଡୀ ସାହି ମୌଜାରେ ହେଉଛି। ଏହା ୨୦୨୪ ସେପ୍ଟେମ୍ବର ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.