Below header

ବ୍ରିଟିଶ୍‌ ପ୍ରଜାତିର କୁକୁର ଛୁଆ କିଣିଲେ ରାହୁଲ ଗାନ୍ଧୀ, ଗୋଆରୁ ଧରି ଦିଲ୍ଲୀ ଫେରିଲେ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିବସୀୟ ବ୍ୟକ୍ତିଗତ ଗୋଆ ଗସ୍ତରୁ ଦିଲ୍ଲୀ ଫେରିଛନ୍ତି। ରାହୁଲ ଗୋଆରୁ ନିଜ ସହିତ ଜ୍ୟାକ୍ ରସେଲ ଟେରିଅର୍ (Jack Russell Terrier) ପ୍ରଜାତିର ତିନି ମାସର କୁକୁର ଛୁଆ ମଧ୍ୟ ଆଣିଛନ୍ତି।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିବସୀୟ ବ୍ୟକ୍ତିଗତ ଗୋଆ ଗସ୍ତରୁ ଦିଲ୍ଲୀ ଫେରିଛନ୍ତି। ରାହୁଲ ଗୋଆରୁ ନିଜ ସହିତ ଜ୍ୟାକ୍ ରସେଲ ଟେରିଅର୍ (Jack Russell Terrier) ପ୍ରଜାତିର ତିନି ମାସର କୁକୁର ଛୁଆ ମଧ୍ୟ ଆଣିଛନ୍ତି। କୁହାଯାଉଛି ଯେ ରାହୁଲ ଗାନ୍ଧୀ ଦୁଇଟି କୁକୁର ଛୁଆ ନେଇଥିଲେ। କିନ୍ତୁ ବିମାନବନ୍ଦରରେ ଜଣେ ବ୍ୟକ୍ତିଙ୍କୁ କେବଳ ଗୋଟିଏ ଆଣିବାର ଅନୁମତି ଥିବାରୁ ଦ୍ୱିତୀୟ କୁକୁର ଛୁଆକୁ ପରେ ଅଣାଯିବ ବୋଲି ଜଣାପଡ଼ିଛି।

ସେପଟେ ରାହୁଲଙ୍କର କୁକୁର ଛୁଆଙ୍କ ସହିତ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ସେ ଏକ ଛୁଆକୁ କୋଳେଇ ଧରିଥିବାର ଦେଖାଯାଉଛନ୍ତି। ଏହି ବ୍ରିଟିଶ୍‌ ପ୍ରଜାତି କୁକୁରର ନାମ ଜ୍ୟାକ୍ ରସେଲ୍ ଟେରିଅର୍। ଏହା ଉତ୍ତର ଗୋଆର ମାପୁସାରେ ‘ଡଗ୍‌ ହାଉସ୍‌’ ଚଳାଉଥିବା ଶିବାନୀ ପିତ୍ରେଙ୍କ ସ୍ୱାମୀ ଷ୍ଟାନଲି ବ୍ରାଗାଞ୍ଜାଙ୍କ ସହ ରହୁଥିଲା।

ଶିବାନୀ କହିଛନ୍ତି, ରାହୁଲ ଗାନ୍ଧୀ ଦୁଇଟି କୁକୁର ପାଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯେତେବେଳେ ଜ୍ୟାକ୍ ରସେଲ ଟେରିଅର୍‌ କୁକୁର ଛୁଆଙ୍କ ଉପଲବ୍ଧତା ବିଷୟରେ ଜାଣିବା ପାଇଁ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ ଆସିଥିଲା, ସେତେବେଳେ ସେ ବହୁତ ଖୁସି ହୋଇଯାଇଥିଲେ।

ସେ ଆହୁରି କହିଥିଲେ ଯେ ରାହୁଲ ଗାନ୍ଧୀ ପ୍ରଥମେ ନିଜ ପ୍ରତିନିଧିଙ୍କୁ ପଠାଇଥିଲେ, କିନ୍ତୁ କୁକୁର ଛୁଆଙ୍କୁ ନେଇଯିବା ପୂର୍ବରୁ ସେ ନିଜେ ଆସି ଦେଖିବାକୁ ଚାହୁଁଥିଲେ। ଏଥିପାଇଁ ସେ ଗୁରୁବାର ସକାଳ ୯ଟାରେ ମାପୁସାରେ ପହଞ୍ଚିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.