Below header

ବିଜେପି ରାଜ୍ୟ ସଭାପତିଙ୍କ ନୂଆ ଟିମ୍‌, ଜାରି ହେଲା ୩୫ ଜଣିଆ ପଦାଧିକାରୀଙ୍କ ତାଲିକା

ଆ ଟିମ୍‌ ଘୋଷଣା କଲେ ମନମୋହନ ସାମଲ । ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ନେବାର ୪ ମାସ ପରେ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଜାରି ହୋଇଛି ୩୫ ଜଣିଆ ପଦାଧିକାରୀଙ୍କ ତାଲିକା । ବାଦ ପଡିଛନ୍ତି ସମୀର ମହାନ୍ତିଙ୍କ ଟିମରେ ଥିବା ୬ ଜଣ ଉପସଭାପତି ।

ନୂଆ ଟିମ୍‌ ଘୋଷଣା କଲେ ମନମୋହନ ସାମଲ । ରାଜ୍ୟ ସଭାପତି ଭାବରେ ଦାୟିତ୍ୱ ନେବାର ୪ ମାସ ପରେ ନୂଆ ଟିମ୍‌ ଘୋଷଣା କରିଛନ୍ତି । ଜାରି ହୋଇଛି ୩୫ ଜଣିଆ ପଦାଧିକାରୀଙ୍କ ତାଲିକା । ବାଦ ପଡିଛନ୍ତି ସମୀର ମହାନ୍ତିଙ୍କ ଟିମରେ ଥିବା ୬ ଜଣ ଉପସଭାପତି । ପୂର୍ବରୁ ସାଧାରଣ ସମ୍ପାଦକ ଥିବା ୩ ଜଣଙ୍କୁ ଉପସଭାପତି କରିଛନ୍ତି ମନମୋହନ ସାମଲ । ୧୦ ଜଣ ଉପସଭାପତି ହୋଇଥିବା ବେଳେ ୪ ଜଣଙ୍କୁ ନୂଆ ସାଧାରଣ ସମ୍ପାଦକ କରାଯାଇଛି । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଟିମ୍‌ ଘୋଷଣା କରାଯାଇଛି ।

ବିଜେପି ରାଜ୍ୟ ସଭାପତିଙ୍କ ନୂଆ ଟିମ୍‌ । ଦାୟିତ୍ୱ ନେବାର ୪ ମାସ ପରେ ୩୫ ଜଣିଆ ରାଜ୍ୟ ପଦାଧିକାରୀଙ୍କ ତାଲିକା ଘୋଷଣା କରିଛନ୍ତି ମନମୋହନ ସାମଲ । ଟିମରେ ଅଛନ୍ତି ଅନେକ ଭେଟେରାନ୍‌ ଓ କିଛି ନୂଆ ଚେହେରା । ପୂର୍ବତନ ସଭାପତି ସମୀର ମହାନ୍ତି ୧୧ ଜଣଙ୍କୁ ଉପସଭାପତି କରିଥିଲେ । ମନମୋହନଙ୍କ ଟିମରେ ଅଛନ୍ତି ୧୦ ଜଣ ଉପସଭାପତି ।

ଅପରିବର୍ତ୍ତିତ ରହିଛନ୍ତି ନାଉରୀ ନାଏକ, ଅପରାଜିତା ଷଡ଼ଙ୍ଗୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ସୁକେଶୀ ଓରାମ୍‌ । ପୂର୍ଣ୍ଣଚନ୍ଦ୍ର ମହାପାତ୍ର, କୁସୁମ ଟେଟେ ଓ ବିରଞ୍ଚି ନାରାୟଣ ତ୍ରିପାଠୀଙ୍କୁ ନୂଆ ଉପସଭାପତି କରିଛନ୍ତି ମନମୋହନ । ମନମୋହନଙ୍କ ନୂଆ ଟିମ୍‌ରୁ ବାଦ ପଡିଛନ୍ତି ୬ ଜଣ ଉପସଭାପତି । ଏମାନେ ହେଲେ ସଙ୍ଗୀତା ସିଂହଦେଓ, ବଳଭଦ୍ର ମାଝୀ, ଭାସ୍କର ମଢେଇ, ଭୃଗୃ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା ଓ ଅନିତା ଶୁଭଦର୍ଶିନୀ ।

ସମୀରଙ୍କ ଟିମରେ ଥିବା ସାଧାରଣ ସମ୍ପାଦକଙ୍କ ମଧ୍ୟରୁ ୩ ଜଣ ଉପସଭାପତି ହୋଇଛନ୍ତି । ଏମାନେ ହେଲେ ରବି ନାରାୟଣ ନାଏକ, ଗୋଲକ ମହାପାତ୍ର ଓ ଲେଖାଶ୍ରୀ ସାମନ୍ତ ସିଂହାର । ୪ ଜଣ ନୂଆ ସାଧାରଣ ସମ୍ପାଦକ ହୋଇଛନ୍ତି । ସେମାନେ ହେଲେ ସାରଦା ପ୍ରସାଦ ଶତପଥୀ, ଯତିନ ମହାନ୍ତି, ପୂର୍ଣ୍ଣିମା କେରକେଟା ଓ ସୀମାଞ୍ଚଳ ଖଟେଇ । ସେହିପରି ବିଜେପି ଯୁବ ଓ ମହିଳା ମୋର୍ଚ୍ଚାର ନୂଆ ସଭାପତି ନିଯୁକ୍ତ କରିଛନ୍ତି ମନମୋହନ ସାମଲ । ଯୁବ ମୋର୍ଚ୍ଚା ସଭାପତି ହୋଇଛନ୍ତି ଅଭିଳାଷ ପଣ୍ଡା । ମହିଳା ମୋର୍ଚ୍ଚା ଦାୟିତ୍ୱ ସମ୍ଭାଳିବେ ଐଶ୍ୱର୍ଯ୍ୟା ବିଶ୍ୱାଳ ।

ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷଣାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱର ଅବସାନ ହୋଇଛି । କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ନୂଆ ଟିମ୍‌ ଘୋଷଣା କରିଛନ୍ତି ମନମୋହନ ସାମଲ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ନୂଆ ଟିମ୍‌ ଗଠନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.