ସଂକ୍ରମଣ ବୃଦ୍ଧି ପରେ ଭୁବନେଶ୍ୱରରେ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ୱର(କେନ୍ଯୁଜ୍):ସଂକ୍ରମଣ ବୃଦ୍ଧି ପରେ ଭୁବନେଶ୍ୱରରେ ବଢିଲା କଣ୍ଟେନମେଣ୍ଟ ଜୋନ। ଗତକାଲି ମଧ୍ୟାହ୍ନରେ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଥିବା ବେଳେ ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।
ପାଣ୍ଡରାର ଏକ ଘର, XIMBର ଏକ କ୍ୱାର୍ଟର୍ସ, ଶୈଳଶ୍ରୀବିହାର ଲେନ୍୬ର ଏକ ଘର, ସୈନିକ ସ୍କୁଲର ଏକ କ୍ୱାର୍ଟର୍ସ, ଇଣ୍ଡିଆନ ଅଏଲ ହାଉସିଂ ସୋସାଇଟିର ଏକ ଘରକୁ ବିଏମସି କଣ୍ଟେନମେଣ୍ଟ ଘୋଷଣା କରିଛି। କୋଭିଡ ସଂକ୍ରମଣ ଚିହ୍ନଟ ହେବା ପରେ ବିଏମସି ଏହି ପଦକ୍ଷେପ ନେଇଛି। କଣ୍ଟେନମେଣ୍ଟ ଜୋନ ମଧ୍ୟକୁ ପ୍ରବେଶ ନିଷିଦ୍ଧ କରାଯାଇଛି। କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଥିବା ପରିବାରକୁ ଅତ୍ୟାବଶ୍ୟକ ସେବା ବିଏମସି ପକ୍ଷରୁ ଯୋଗାଇ ଦିଆଯିବ।
ସେହିପରି କଟକ ତେଲେଙ୍ଗାବଜାରରେ ଗୋଟିଏ ପରିବାରର ୫ଜଣ ପଜିଟିଭ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ସିଏମସି।