ପାଞ୍ଚ କିଲୋ ଜଙ୍ଗଲୀ ବାରହା ମାଂସ ଜବତ, ଦୁଇ ଗିରଫ

ଟାଙ୍ଗୀ (କେନ୍ୟୁଜ): ଆଜି ଅପରାହ୍ନରେ ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ବାଣପୁର ଅରାଙ୍ଗ ସରଂକ୍ଷିତ ଜଙ୍ଗଲରୁ ବାରହା ଶିକାରୀଙ୍କୁ ଗିରଫ କରିଛି ବନବିଭାଗ। ସେମାନଙ୍କ ଠାରୁ ପାଞ୍ଚ କିଲୋ ଜଙ୍ଗଲୀ ବାରହା ମାଂସ ଜବତ କରିବା ସହ ୨ ଗୋଟି ସାଇକେଲ ଉଦ୍ଧାର କରିଛି । ଗିରଫ ଅଭିଯୁକ୍ତ ହେଲେ ବାଣପୁର ଥାନା ପାତ୍ରପୁର ଗ୍ରାମର ସୁଜିତ ପ୍ରଧାନ (୩୦) ଏବଂ ଆୟତ୍ତପୁର ଗ୍ରାମର ଦୀପକ ପ୍ରଧାନ(୨୪) । ଗିରଫ ଅଭିଯୁକ୍ତ ଦୁହେଁଙ୍କୁ ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ବାଲୁଗାଁ ବନ ବିଭାଗ ପକ୍ଷରୁ ସୂଚନା ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.