କାଦର ଖାନ୍‌ ଙ୍କ ଠାରୁ ଚାପୁଡା ଖାଇ ଶକ୍ତି କପୁର ବଲିଉଡ ଛାଡିବାକୁ କରିଥିଲେ ନିଷ୍ପତ୍ତି, ତାହା ପରେ କ’ଣ ହେଲା ଜାଣନ୍ତୁ

ପ୍ରଖ୍ୟାତ ଅଭିନେତ୍ରୀ ଶକ୍ତି କପୁର ଏକଦା ବଲିଉଡ ଛାଡିବାକୁ ନିଷ୍ପତ୍ତି କରିନେଇଥିଲେ । ତାଙ୍କୁ ଲାଗିଥିଲା ଯେ ତାଙ୍କର କ୍ୟାରିଅର ଶେଷ ହୋଇଯାଇଛି । କଥା କ’ଣ କି ୧୯୮୩ ରେ ଆସିଥିବା ପିଲ୍ମ ‘ମବାଲି’ ରେ ଶକ୍ତି ଏତେ ଚାପୁଡା ଖାଇବାକୁ ପଡିଥିଲା ଯେ ସେ ଫିଲ୍ମ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ନିକଟରେ ଶକ୍ତି କପୁର କପିଲ ଶର୍ମାଙ୍କ ଶୋ’ରେ ଯୋଗ ଦେଇ ଏକଥା ପ୍ରକାଶ କରିଛନ୍ତି । ଫିଲ୍ମରେ ଏକ ସିକ୍ୟୁଏନ୍ସି ପାଇଁ ତାଙ୍କୁ କାଦର ଖାନ୍‌ ଓ ଅରୁଣା ଇରାନୀଙ୍କ ଠାରୁ ଚାପୁଡା ଖାଇବାକୁ ପଡୁଥିଲା । ଯେଉଁଥିପାଇଁ ତାଙ୍କର ମନୋବଳ ଭାଙ୍ଗିଗଲା ।

ଶକ୍ତିଙ୍କ ପ୍ରଥମ କମେଡି ଫିଲ୍ମ ‘ସତେ ପେ ସତା’ ରେ ତାଙ୍କୁ ପ୍ରତିଷ୍ଠା ମିଳିସାରିଥିଲା । ରମେଶ ସିପ୍ପି ଯେବେ ତାଙ୍କୁ କମେଡି ରୋଲ ପାଇଁ ଆପ୍ରୋଚ କଲେ ସେ ଏଥିରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ‘ମୁଁ ଭାବୁଥିଲି, ଭିଲେନ ରୋଲରେ ଏତେ ପ୍ରତିଷ୍ଠା ପାଇବା ପରେ ମୋତେ କମେଡି ରୋଲ କ’ଣ ପାଇଁ ଅଫର କରାଯାଉଛି’ ବୋଲି କହିଥିଲେ ଶକ୍ତି କପୁର ।

‘ମୋବାଲି’ ଫିଲ୍ମ ପାଇଁ ସେ ସଟ ଦେଉଥିବା ବେଳେ କାଦର ଖାନ୍‌ ତାଙ୍କୁ ଅଧିକ ଚାପୁଡା ମାରିଥିଲେ । ପୁଣି ଅନ୍ୟ ସିନ୍‌ରେ ଅରୁଣା ଇରାନୀ ମଧ୍ୟ ଚାପୁଡା ମାରିଥିଲେ । ଚାପୁଡା ଖାଇ ଖାଇ ମୁଁ ହତାଶ ହୋଇଯାଇଥିଲି । ମୋର ମନୋବଳ ଭାଙ୍ଗିଯାଇଥିଲା ।

ମୁଁ ଯାଇ କାଦର ଖାନଙ୍କ ଗୋଡ ଧରି ଫିଲ୍ମ ଦୁନିଆ ଛାଡିବାକୁ କହିଥିଲି । ମୁଁ ଆପଣଙ୍କ ଗୋଡ ଧରୁଛି, ଦୟାକରି ସନ୍ଧ୍ୟାକୁ ମୋର ଟିକେଟ କରି ଦିଅନ୍ତୁ, ମୁଁ ବଲିଉଡ ଛାଡିବାକୁ ଚାହୁଁଛି । ମୋର କ୍ୟାରିଅର ସମାପ୍ତ ହୋଇଗଲା, ମୁଁ ବାହା ବି ହୋଇନାହିଁ ବୋଲି କହିଥିଲେ ଶକ୍ତି କପୁର ।’

ଆକସନ ଡାଇରେକ୍ଟର ଭୀରୁ ଦେବଗନ ତାଙ୍କୁ ବଝାଇଥିଲେ । କହିଥିଲେ, ଯେତେ ଚାପୁଡା ଖାଉଛ ଖାଅ,ହେଲେ ଫିଲ୍ମ ଛାଡନାହିଁ । ’ ମୋବାଲି ସୁପର ହିଟ ହେଲା ଓ ମୋତେ ବହୁତ ପ୍ରଶଂସା ମିଳିଲା ବୋଲି କହିଥିଲେ ଶକ୍ତି କପୁର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.