Below header

ଲକଡାଉନ ସମୟରେ ନିୟମକୁ ଉଲଙ୍ଘନ କରି ଚର୍ଚ୍ଚରେ ପାର୍ଥନା କରୁଥିବାବେଳେ ପାଞ୍ଚ ଜଣଙ୍କୁ ଗିରଫ କଲା ତୁମୁଡିବନ୍ଧ ଥାନା ପୋଲିସ୍

ବାଲିଗୁଡା: ଲକଡାଉନ ସମୟରେ ନିୟମକୁ ଉଲଘଂନ କରି ଚର୍ଚ୍ଚରେ ପାର୍ଥନା କରୁଥିବାବେଳେ ପାଞ୍ଚ ଗିରଫ l ତୁମୁଡିବନ୍ଧ ଥାନା ମାତୃଗାଓଁ ର ଗୀର୍ଜା ଘରେ ପାର୍ଥନା ଚାଲିଥିବା ବେଳେ ପାଷ୍ଟର ସମେତ ପାଞ୍ଚ ଜଣ କୁ ଗିରଫ କରିଛି ପୋଲିସ l କରୋନା କୁ ନିୟନ୍ତ୍ରଣ ପାଇଁ ଲକଡାଉନ ଜାରିଥିବା ବେଳେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିବାକୁ ନିର୍ଦେଶ ରହିଛି l ଗିରଫ ପାଞ୍ଚ ହେଲେ ପ୍ରଶାନ୍ତ ମାଝୀ, ହଵାଲ ମଲିକ, ନାରାୟଣ ମାଝୀ, ସନ୍ତୋଷ ମାଝୀ ଓ ଫିଲିମନ ମାଝୀ l ଲକଡାଉନ ନିୟମ ଉଲଘଂନ ନେଇ ପାଞ୍ଚ ଜଣ କୁ ଗିରଫ କରାଯାଇଥିବା ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ କହିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.