Below header

ପୁରୀ ଶ୍ରୀମନ୍ଦିର ଓ ଭିତର ମନ୍ଦିର ଗୁଡିକର ସଂରକ୍ଷଣ ଓ ମରାମତି ପାଇଁ ପାଞ୍ଚବର୍ଷିୟା ଆକ୍ସନ ପ୍ଲାନ ପ୍ରସ୍ତୁତ ହେବ

ପୁରୀ(କେନ୍ୟୁଜ୍):  ପୁରୀ ଶ୍ରୀମନ୍ଦିର ଓ ଏହା ପରିସରରେ ଥିବା ମନ୍ଦିରଗୁଡିକର ସଂରକ୍ଷଣ ଓ ମରାମତି ଉପରେ ଗୁରୁତ୍ୱ  ଦିଆଯିବ। ଏଥିପାଇଁ ଏକ ପଞ୍ଚବର୍ଷିୟା ଆକ୍ସନ ପ୍ଲାନ ପ୍ରସ୍ତୁତ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସଆଇର ମିଳିତ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିରର ବାର୍ଷିକ ମରାମତି ଓ ସଂରକ୍ଷଣ ପାଇଁ କୋଭିଡ୍‌ ପ୍ରୋଟୋକଲ ଅନୁଯାୟୀ ବ୍ୟବସ୍ଥା କରାଯିବ । ଏଥିରେ ଗର୍ଭଗୃହ ଓ ମୁଖ୍ୟ ମନ୍ଦିରର ସଂରକ୍ଷଣକୁ ଗୁରୁତ୍ୱ ଦିଆଯିବ ।

ଆଜି ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭର୍ଚୁଆଲ୍‌ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ଏଏସଆଇର ଅତିରିକ୍ତ ଡିଜି ଜାନଭି ଶର୍ମା, ବିଜ୍ଞାନ ଓ ସଂରକ୍ଷଣ ନିର୍ଦ୍ଦେଶକ ରାମଜି ନିଗମଙ୍କ ସହ ଆଇଆଇଟି ଖଡଗପୁରର ପୂର୍ବତନ ପ୍ରଫେସର ଏପି ଗୁପ୍ତା, ବୈଷୟିକ କୋର୍‌ କମିଟିର ସଦସ୍ୟ ଧର୍ମପଦ ମିଶ୍ର, ବିନ୍ଧେଶ୍ୱର ପାତ୍ର ପ୍ରମୁଖ ସାମିଲ ଥିଲେ । ଆସନ୍ତା ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିରର ବାର୍ଷିକ ମରାମତି ଓ ସଂରକ୍ଷଣ ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.