ଭୁବନେଶ୍ବର ଡେଲ୍ଟାରୁ ଯୁବକଙ୍କୁ କିଡନାପ ଘଟଣା: ଅପହରଣ କରାଯାଇନଥିଲା ବରଂ ନିଶାନିବାରଣ କେନ୍ଦ୍ରରୁ ଖସି ଆସିଥିବାରୁ ପୁନର୍ବାର ନିଆଯାଉଥିଲା

କେନ୍ୟୁଜ୍(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ କିଡନାପ ଘଟଣାର ନୂଆ ଖୁଲାସା। ଯୁବକ ଜଣଙ୍କୁ କିଡନାପ କରିନଥିଲେ ବରଂ ଯୁବକ ଜଣକ ନିଶା ନିବାରଣ କେନ୍ଦ୍ରରୁ ଖସି ଆସିଥିବାରୁ ତାଙ୍କୁ ପୂନର୍ବାର ନେଉଥିଲେ ସେହି କେନ୍ଦ୍ରକୁ  ନେଉଥିଲେ କିଛି ଯୁବକ। ଜାଗୃତି ନିଶାନିବାରଣ କେନ୍ଦ୍ରରର  କର୍ମଚାରୀ ସୁଜିତ ପ୍ରଧାନ କହିବା ମୁତାବକ   ଯୁବକ ଜଣକ ଜାଗୃତି ନିଶାନିବାରଣ କେନ୍ଦ୍ରରେ ପାଖାପାଖି ଦେଢ଼ ବର୍ଷ ହେବ ରହୁଥିଲେ ।  ସେ କିଛି ଦିନ ହେବ ସେଠୁ ଖସି ପଳାଇ ଆସିଥିଲେ।

ଯୁବକ ଜଣକ ଏକ ବସ୍ତିରେ ମଦ ପିଉଥିବା ଖଵର ପାଇଥିଲା ଜାଗୃତି ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ତେଣୁ ସେହି ଯୁବକ ଜଣକୁ ସେଠାରୁ ଆଣିବା ପାଇଁ ଜାଗୃତିର କିଛି କର୍ମଚାରୀ ଡେ଼ଲ୍ଟା ଛକ ଯାଇଥିଲେ। ସେଠାରୁ ତାଙ୍କୁ  ଆଣିବା ବେଳେ ବେଳେ ଏହାକୁ  କିଛି  ଯୁବକ ବିରୋଧ କରିବା ସହ  ଭିଡିଓ କରି ଭାଇରାଲ କରିଛନ୍ତି। ତେବେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ସତ କହୁଛନ୍ତି କି ମିଛ କହୁଛନ୍ତି ତାହା ପୋଲିସ ତଦନ୍ତ କଲେ ପ୍ରକ୍‌ତ ସତ୍ୟ ପଦାକୁ ଆସିପାରିବ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.