ପୁରୀରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଫାଇଭ ଟି ସଚିବ: ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ କଲେ ଦର୍ଶନ

ପୁରୀ(କେନ୍ୟୁଜ୍): ପୁରୀ ଗସ୍ତରେ ଫାଇଭ ଟି ସଚିବ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୁରୀରେ ପହଞ୍ଚିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ପୁରୀରେ ଚାଲୁଥିବା ବିଭିନ୍ନ ପ୍ରକଳ୍ପ ଯଥା ଶ୍ରୀମନ୍ଦିର ଐତିହ୍ୟ କରିଡର, ଶ୍ରୀସେତୁ, ଶ୍ରୀଜଗନ୍ନାଥ ଷ୍ଟାଡିୟମ କାର୍ଯ୍ୟ କିଭଳି ଚାଲିଛି ସେନେଇ ସମୀକ୍ଷା କରିଥିଲେ । ପରେ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ବେଢା ପରିକ୍ରମା, ମହାଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର, ପାର୍ଶ୍ୱଦେବାଦେବୀ ମନ୍ଦିର ଆଦି ଦର୍ଶନ କରି ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.