ବିବାଦରେ ଶାହରୁଖଙ୍କ ଫିଲ୍ମ ପଠାନ: ଦୀପିକାଙ୍କ ବିକିନିକୁ ନେଇ କଣ୍ଟ୍ରୋଭର୍ସି

କେନ୍ୟୁଜ୍(ବ୍ୟୁରୋ): ବିବାଦରେ ଶାହରୁଖ ଓ ଦୀପିକାଙ୍କ ଅଭିନୀତ ଫିଲ୍ମ ‘ପଠାନ’ । ନିକଟରେ ରିଲିଜ ହୋଇଥିବା ‘ବେଶରମ୍‌ ରଙ୍ଗ୍‌’ ଗୀତକୁ ନେଇ ଉପୁଜିଛି ବିବାଦ । ଦୀପିକା ଗୀତରେ ବିକିନିରେ ନଜର ଆସିଛନ୍ତି । ଯାହାକୁ ନେଇ କଣ୍ଟ୍ରୋଭର୍ସି ଆରମ୍ଭ ହୋଇଛି । ଗୀତର କିଛି ଦୃଶ୍ୟକୁ ନେଇ ବି ବିବାଦ ଦେଖାଦେଇଛି । ଗୀତର କିଛି ସିନ୍‌କୁ ନେଇ ଆପତ୍ତି ଉଠାଇଛନ୍ତି ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର । ଦୀପିକାଙ୍କ ଗେରୁଆ ବସ୍ତ୍ରକୁ ନେଇ ଆପତ୍ତି ଉଠାଇଛନ୍ତି । କହିଛନ୍ତି, ଆପତ୍ତିଜନକ ଦୃଶ୍ୟକୁ ନ ହଟାଗଲେ ମଧ୍ୟପ୍ରଦେଶରେ ଫିଲ୍ମ ରିଲିଜ ହେବ କି ନାହିଁ ତା ଉପରେ ବିଚାର କରାଯିବ । ମଧ୍ୟପ୍ରଦେଶରେ ବ୍ୟାନ୍‌ ହୋଇପାରେ ଫିଲ୍ମ ।

ଫିଲ୍ମକୁ ସୋସିଆଲ ମିଡିଆରେ ବୟକଟ କରିବାକୁ ଟ୍ରେଣ୍ଡ୍‌ ବି ଆରମ୍ଭ ହେଲାଣି । କିଛି ଦିନ ପୂର୍ବରୁ ଫିଲ୍ମ ଲାଲ ସିଂ ଚଢା, ସମସେରା ଓ ଦୋବାରା ଫିଲ୍ମକୁ ବି ବୟକଟ କରିବାକୁ ଟ୍ରେଣ୍ଡ ଚାଲିଥିଲା ସୋସିଆଲ ମିଡିଆରେ । ପ୍ରଥମ ଥର ପାଇଁ ଦୀପିକା ବିବାଦରେ ଫସିନାହାନ୍ତି । ପୂର୍ବରୁ ଫିଲ୍ମ ଛପାକ୍‌ର ପ୍ରମୋସନ ସମୟରେ ଜେଏନୟୁକୁ ଯାଇ ବିବାଦରେ ଫସିଥିଲେ ଦୀପିକା । ଫିଲ୍ମ ପଦ୍ମାବତ ପାଇଁ ବି କଣ୍ଟ୍ରୋଭର୍ସିରେ ଫସିଥିଲେ ଦୀପିକା ପାଦୁକୋନ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.