Below header

ମହାନତା ଦେଖାଇଲେ ଫାଇଭ ଟି ସଚିବ, କାଳିମାଡ଼ କରିଥିବା ଭାସ୍କର ସାହୁକୁ ଛାଡିଲା ପୋଲିସ

ଫାଇଭ ଟି ସଚିବଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ଅଭିଯୁକ୍ତ ଭାସ୍କରକୁ ଛଡ଼ାଯାଇଛି । ଗତକାଲି ପୁରୀ ଜିଲ୍ଲା ସତ୍ୟବାଦୀ ଗସ୍ତ ବେଳେ ଫାଇଭ ଟି ସଚିବଙ୍କ ଉପରେ କାଳିମାଡ଼ ହୋଇଥିଲା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ବି ପଡ଼ିଥିଲା କାଳି । ଭିଡ଼ ଭିତରେ ଲୁଚି ଭାସ୍କର ସାହୁ କାଳିମାଡ଼ କରିଥିଲା ଅଭିଯୁକ୍ତ ।

କେନ୍ୟୁଜ୍(ବ୍ୟୁରୋ): ମହାନତା ଦେଖାଇଲେ ଫାଇଭ ଟି ସଚିବ ଭି. କେ ପାଣ୍ଡିଆନ୍ । ସତ୍ୟବାଦୀରେ ତାଙ୍କ ଉପରେ କାଳିମାଡ଼ କରିଥିବା ଭାସ୍କର ସାହୁକୁ ଛାଡିଲା ପୋଲିସ । ଫାଇଭ ଟି ସଚିବଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ଅଭିଯୁକ୍ତ ଭାସ୍କରକୁ ଛଡ଼ାଯାଇଛି । ଗତକାଲି ପୁରୀ ଜିଲ୍ଲା ସତ୍ୟବାଦୀ ଗସ୍ତ ବେଳେ ଫାଇଭ ଟି ସଚିବଙ୍କ ଉପରେ କାଳିମାଡ଼ ହୋଇଥିଲା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ବି ପଡ଼ିଥିଲା କାଳି । ଭିଡ଼ ଭିତରେ ଲୁଚି ଭାସ୍କର ସାହୁ କାଳିମାଡ଼ କରିଥିଲା ଅଭିଯୁକ୍ତ । ତାକୁ ଘଟଣାସ୍ଥଳରୁ ଧରି ହେପାଜତରେ ନେଇଥିଲା ପୋଲିସ । ଘଟଣାକୁ ବିଭିନ୍ନ ମହଲରୁ ତୀବ୍ର ନିନ୍ଦା କରାଯାଇଥିଲା । ପ୍ରଶ୍ନ ଉଠୁଛି, ଏମିତି କାହିଁକି କଲା ଭାସ୍କର ? କାହା ପ୍ରରୋଚନାରେ କରିଛି ? କାଳିମାଡ଼ ପଛରେ କେହି ମାଷ୍ଟରମାଇଣ୍ଡ ରହିଛି କି ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.