ଫନିକୁ ପୂରିଲା ୪ ବର୍ଷ, ମହାବାତ୍ୟା ପରେ ସବୁଠୁ ବଡ଼ ବାତ୍ୟା ଦେଖିଥିଲା ଓଡ଼ିଶା

ଓଡ଼ିଶାରେ ପ୍ରଳୟ ରଚିଥିବା ବାତ୍ୟା ଫନିକୁ ଆଜି ୪ ବର୍ଷ ପୂରିଛି । ଆଜିର ଦିନରେ ଉପକୂଳ ଓଡ଼ିଶାରେ ରଚିଥିଲା ତାଣ୍ଡବ ବାତ୍ୟା ଫନି । ଘଣ୍ଟା ପ୍ରତି ୨୦୦ କିମି ବେଗରେ ବହୁଥିଲା ପବନ । ନିମିଷକେ ସବୁ କିଛି ଛାରଖାର କରି ଦେଇଥିଲା ।

ଭୁବନେଶ୍ୱର (କେନ୍ୟୁଜ): ବାତ୍ୟାର ବସା ଘର ଓଡିଶା । ପ୍ରତିବର୍ଷ ପ୍ରାୟ କୌଣସି ନା କୌଣସି ବାତ୍ୟା ଆସି ପହଞ୍ଚିଯାଏ ଓଡିଶାରେ । ବିନା ଡାକରା ଅତିଥି ଯେପରି । ମାତ୍ର ୨୦୧୯ ମସିହା ମେ ୩ରେ ଆସିଥିବା ବାତ୍ୟା ଫନି ଥିଲା ବିରଳ ବାତ୍ୟା । ଓଡ଼ିଶାରେ ପ୍ରଳୟ ରଚିଥିବା ବାତ୍ୟା ଫନିକୁ ଆଜି ୪ ବର୍ଷ ପୂରିଛି । ଆଜିର ଦିନରେ ଉପକୂଳ ଓଡ଼ିଶାରେ ରଚିଥିଲା ତାଣ୍ଡବ ବାତ୍ୟା ଫନି । ଘଣ୍ଟା ପ୍ରତି ୨୦୦ କିମି ବେଗରେ ବହୁଥିଲା ପବନ । ନିମିଷକେ ସବୁ କିଛି ଛାରଖାର କରି ଦେଇଥିଲା । ଉଜୁଡ଼ି ଯାଇଥିଲା ହଜାର ହଜାର ଘର, ଆଉ ମାଟିରେ ଶୋଇପଡ଼ିଥିଲା ଲକ୍ଷ ଲକ୍ଷ ଗଛ । ଅତି ଭୟଙ୍କର ବାତ୍ୟାର ରୂପ ନେଇ ପୁରୀ ଉପକୂଳରେ ମାଡ଼ ହୋଇଥିଲା । ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ୧୯୯୯ ମହାବାତ୍ୟା ପରେ ଓଡ଼ିଶା ଉପକୂଳକୁ ହିଟ୍‌ କରିଥିବା ପ୍ରଳୟଙ୍କରୀ ବାତ୍ୟା ଫନି ।

ରାଜ୍ୟର ସବୁ ସମୁଦ୍ର କୁଳିଆ ଅଞ୍ଚଳରେ ପବନର ବେଗ ବେଶ୍ ଅଧିକ ଥିଲା । ସକାଳ ପ୍ରାୟ ୮ଟା ୪୦ ମିନିଟରେ ପୁରୀରେ ଲ୍ୟାଣ୍ଡଫଲ୍ କରିଥିଲା ବାତ୍ୟା ‘ଫନି’ । ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ସମୁଦ୍ର କୂଳରେ ଥିବା ନୋଳିଆ ବସ୍ତି । ପୁରୀ ଜିଲ୍ଲାର ସମସ୍ତ ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ବ୍ରହ୍ମଗିରି, ସାତପଡ଼ା ଅଞ୍ଚଳର ଦୃଶ୍ୟ ଥିଲା ବେଶ୍ ହୃଦୟ ବିଦାରକ । ଫନିରେ ରାଜ୍ୟରେ ୮୯ ଜଣଙ୍କର ଜୀବନ ଯାଇଥିଲା । ଫନି ରାଜ୍ୟରେ ଭାଙ୍ଗି ଦେଇଥିଲା ଶକ୍ତି ବିଭାଗର ଅଣ୍ଟା । ବିଦ୍ୟୁତ ଖୁଣ୍ଟକୁ ଉପାଡି ଫୋପାଡ଼ି ଦେଇଥିଲା । ପ୍ରାୟ ୧ ଲକ୍ଷ ୫୬ ହଜାର ବିଦ୍ୟୁତ ଖୁଣ୍ଟ ଉପୁଡ଼ିଥିଲା । ଉପୁଡି ପଡ଼ିଥିଲା ବହୁ ବଡ଼ ବଡ଼ ଗଛ । ଭାଙ୍ଗିଥିଲା ଶହ ଶହ ଘର । ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ କରିଥିଲେ ସରକାର । ବାତ୍ୟା ଫନିକୁ ଆଜି ୪ ବର୍ଷ ପୂରିଛି । ୧୯୯୯ରୁ ୨୦୨୨, ଦୁଇ ଦଶନ୍ଧି ଭିତରେ ଓଡ଼ିଶା ଅନେକ ମହାବାତ୍ୟା, ବାତ୍ୟାକୁ ସାମନା କରିଛି । ପୁଣି ଛାତିକୁ ଟାଣ କରି ଛିଡ଼ା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.