Below header

ଆନନ୍ଦପୁରରେ ଫୁଲୁଛି ବୈତରଣୀ

ଆନନ୍ଦପୁର ( କେନ୍ୟୁଜ୍) : ଲଘୁଚାପ ଜନିତ ବର୍ଷା ଯୋଗୁଁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଉଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ରାଜଘାଟ ଠାରେ ବୈତରଣୀ ନଦୀର ସତର୍କ ସଂକେତ ୩୭.୪୪୫ ମିଟର ଥିବା ବେଳେ  ନଦୀର ଜଳସ୍ତର ୩୭.୬୫୦ମି ଦେଇ ଗତି କରୁଛି। ଏଠାରେ ବିପଦ ସଂକେତ ୩୮.୩୬୦ ମିଟର । ନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ତର ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ସେଥିପାଇଁ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ଜଳ ସମ୍ପଦ ବିଭାଗ ତରଫରୁ କୁହାଯାଇଛି। ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ଓ ଏନଡିଆରଏଫ୍ ଟିମ୍ ସଜାଗ ରହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.