କଣ ଆପଣ ଜାଣନ୍ତି ଦେଶର କେଉଁଠି ମିଳୁଛି ସବୁଠାରୁ ଶସ୍ତାରେ ପେଟ୍ରୋଲ ଏବଂ ଡିଜେଲ

ଦିନକୁ ଦିନ ନୂଆ ରେକର୍ଡ କରୁଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ମୂଲ୍ୟ ମୁମ୍ବାଇରେ ୮୭ .୩୯ ଓ ଦିଲ୍ଲୀରେ ୭୯ .୯୯ ପଇସା ଥିବା ବେଳେ ଭୁବନେଶ୍ବରରେ ରହିଛି ୭୮ .୮୫ ପଇସା । ସେହିପରି ଡିଜେଲ ଦର ମୁମ୍ବାଇରେ ୭୬ .୫୧ ଓ ଦିଲ୍ଲୀରେ ୭୨ .୭ ପଇସା ହୋଇଛି । ଭୁବନେଶ୍ବରରେ ଆଜି ଡିଜେଲ ଦାମ୍ ୭୭ .୩୩ ପଇସା ରହିଥିବା ବେଳେ ଗତକାଲି ୭୬ .୮୦ ଥିଲା । ଗତକାଲି ପେଟ୍ରୋଲ ଦର ଥିଲା ୭୮ . ୪୧ ପଇସା ।

ତେବେ ପେଟ୍ରୋଲ୍ ଏବଂ ଡିଜେଲ୍ ଦରର ଅଧାରୁ ଅଧିକ ଭାଗ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ଲଗାଯାଇଥିବା ଟ୍ୟାକ୍ସର । କିନ୍ତୁ ଆମ ଦେଶ ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଅଧା ମୂଲ୍ୟରେ ମିଳୁଛି ପେଟ୍ରୋଲ୍ । ଭାରତର ଏହି ଭାଗରେ ମିଳୁଥିବା ପେଟ୍ରୋଲ୍ ଏବଂ ଡିଜେଲ୍ ଦର ସେହି ପଡୋଶୀ ଦେଶ ସହ ସମାନ ଯେଉଁଠି ଲୋକଙ୍କୁ ପଡୁନାହିଁ ମହଙ୍ଗା ମାଡ ।

ଏହି ସ୍ଥାନ ହେଉଛି ଆଣ୍ଡାମାନ ନିକୋବର । ଏଠାରେ ମାତ୍ର ୬ ପ୍ରତିଶତ ଭ୍ୟାଟ୍ ଆଦାୟ କରାଯାଏ । ସେହିପରି ୧୯.୪୮ ଟଙ୍କା ସେଣ୍ଟ୍ରାଲ୍ ଏକ୍ସାଇଜ୍ ଯୋଗୁଁ ଏଠାରେ ପେଟ୍ରୋଲ୍ ଦର ମାତ୍ର ୬୮.୯୦ ଟଙ୍କା । ସେହିପରି ଲିଟର ପ୍ରତି ଡିଜେଲ୍ ଦର ହେଉଛି ୬୭.୪୭ ଟଙ୍କା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.