Below header

ଅନ୍ତିମ ଟେଷ୍ଟ : ଲଞ୍ଚ୍ ସୁଦ୍ଧା ଇଂଲଣ୍ଡ ୬୮/୧

ଲଣ୍ଡନ୍ : ଓଭାଲଠାରେ ଆରମ୍ଭ ହୋଇଥିବା ପଞ୍ଚମ ତଥା ଶେଷ ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରୁଛି  ଘରୋଇ ଇଂଲଣ୍ଡ ଦଳ । ଆଜି ପ୍ରଥମ ଦିନ ଲଞ୍ଚ ସୁଦ୍ଧା ଓପ୍ନର ଜେନିଙ୍ଗସଙ୍କ ୱିକେଟ୍ ହରାଇ ଇଂଲଣ୍ଡ କରିଛି ୬୮ ରନ୍ । ଜେନିଂସ୍ ୨୩ ରନ୍ କରି ଭାରତୀୟ ଅଲରାଉଣ୍ଡର ଜାଡେଜାଙ୍କ ବଲରେ ଲୋକେଶ ରାହୁଲଙ୍କ ଦ୍ବାରା କ୍ୟାଚ୍ ଆଉଟ୍ ହୋଇଛନ୍ତି । କ୍ୟାରିୟରର ଅନ୍ତିମ ମ୍ୟାଚ୍ ଖେଳୁଥିବା ଆଲେଷ୍ଟର କୁକ୍ ୭୭ ବଲରେ ୩୭ ରନ୍ କରି ଅପରାଜିତ ଅଛନ୍ତି । ନିଜ ବିଦାୟୀ ଟେଷ୍ଟରେ ଏକ ବଡ଼ ସ୍କୋର କରିବା ଲକ୍ଷ୍ୟରେ ଅତି ସତର୍କତାର ସହ ବ୍ୟାଟିଂ କରୁଛନ୍ତି କୁକ୍ । ତାଙ୍କ ସହ ୨ ରନ୍ କରି ଅପରାଜିତ ଅଛନ୍ତି ମୋଇନ୍ ଅଲୀ । ଇଂଲଣ୍ଡ ଆଜି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.