ଚୀନ୍ ଲୋକେ ଖାଆନ୍ତି ଦିନକୁ ୮୦ ହଜାର ବତକ । କାହିଁକି ଜାଣନ୍ତୁ

ସମସ୍ତେ ଜାଣନ୍ତି ଚୀନରେ ବେଙ୍ଗ, ଅସରପାଠାରୁ ଆରମ୍ଭ କରି ବିଭିନ୍ନ ଜୀବଜନ୍ତୁଙ୍କୁ ଖାଦ୍ୟ ଭାବେ ଗ୍ରହଣ କରନ୍ତି । ହେଲେ ସେମାନଙ୍କର ଅତି ପ୍ରିୟ ଖାଦ୍ୟ କଣ ଜାଣନ୍ତି କି ? ବତକ । ଡକ୍ ଡିସ୍ ବା ବତକ ମାଂସର ଖାଦ୍ୟ ସବୁଠୁ ଅଧିକ ପସନ୍ଦ । ଏହାକୁ ଚୀନର ଜାତୀୟ ଖାଦ୍ୟ ବୋଲି କୁହାଯାଏ । ଘରଠୁ ଆରମ୍ଭ କରି ବିଭିନ୍ନ ହୋଟେଲ ଓ ରେଷ୍ଟୁରାଣ୍ଟରେ ବତକ ମାଂସର ଅନେକ ପ୍ରକାର ଡିସ୍ ତିଆରି ହୁଏ । ଏହି ଖାଦ୍ୟ ସବୁ ଦିନେ ଚୀନା ଲୋକଙ୍କ ଖାଇବା ଟେବୁଲରେ ଥାଏ । ଚିକେନ୍ ଭଳି ବତକ ମାଂସ ମଧ୍ୟ ପୁଷ୍ଟିକର ।

ଆଉ ଗୋଟିଏ କଥା ହେଉଛି, ବତକ ଶରୀରର ସବୁ ଅଂଶକୁ ଖାଦ୍ୟ ଭାବେ ପ୍ରସ୍ତୁତ କରାଯାଇ ପାରିବ । ରୋଷ୍ଟ, ଫ୍ରାଏ, ସୁପ୍ ଆଦି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇପାରେ । ସବୁଠୁ ଲୋକପ୍ରିୟ ଡିସ୍ ହେଉଛି ପର୍କିଂ ଡକ୍ । ଯାହା ପରିବା ସହ ତିଆରି ହୁଏ । ରୋଷ୍ଟ ହୋଇଥିବା ଗୋଟିଏ ବତକକୁ ଛୋଟ ଛୋଟ ଖଣ୍ଡରେ କାଟି ତାକୁ କାକୁଡ଼ି, ପିଆଜ, ସୁଇଟ୍ ସୋୟାବିନ୍ ସସ୍ ସହିତ ପରସା ଯାଏ ।

ସେହିପରି ଚୀନର ପାରମ୍ପରିକ ଔଷଧରେ ମଧ୍ୟ ବତକ ମାଂସ ବେଶ୍ ଉପଯୋଗୀ ବୋଲି ଧରାଯାଏ । ଏହା ପେଟ ରୋଗ ଭଲ କରିବା ସହ କିଡନୀକୁ ସୁସ୍ଥ ରଖେ । ଥଣ୍ଡା ଜନିତ ରୋଗ ମଧ୍ୟ ଦୂର କରେ । ଏହି କାରଣରୁ ଚୀନରେ ସର୍ବାଧିକ ବତକ ଚାଷ ହୁଏ ଓ ହାରାହାରି ଦିନକୁ ୮୦ ହଜାର ବତକଙ୍କୁ ମାରି ଚୀନ୍ ଲୋକେ ଖାଇ ଦିଅନ୍ତି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.