Below header

କେବେ ପଶିବ ଚେତା କେବେ ସୁଧୁରିବ ବ୍ୟବସ୍ଥା

ଏହି କୌଣସି ଉପାନ୍ତ କି ଦୁର୍ଗମ ଅଞ୍ଚଳର ନୁହେଁ ,ବରଂ ଏ ହେଉଛି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟର ଦୃଶ୍ୟ ।

ସୁନ୍ଦରଗଡ଼ (କେନ୍ୟୁଜ୍‌) :  ବାପ୍ ରେ କି ପାଣି । ସବୁଆଡ ଜଳମଗ୍ନ । ଯିବା ଆସିବା ପାଇଁ ରାସ୍ତା ଟିକେ ବି ଦେଖାଯାଉନାହିଁ । ତଥାପି ପାଣି ଭିତରେ ପଶି ଯାଆଆସ କରୁଛନ୍ତି ଲୋକେ । ଦୀର୍ଘ ଦୁଇ ଘଣ୍ଟାର ଲଗାଣ ବର୍ଷାରେ ଏମତି କିଛି ସ୍ଥିତି ଦେଖିବାକୁ ମିଳିଥିଲା ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟରେ ।

ଏହି ମୁଖ୍ୟ ଚିକିତ୍ସାଳୟକୁ ଦୈନିକ ହଜାର ହଜାର ରୋଗୀ ଉତ୍ତମ ଚିକିତ୍ସା ପାଇବା ପାଇଁ ଆସିଥାନ୍ତି । କିନ୍ତୁ ଦେଖିଲେ ତାର ଅବସ୍ଥା ଯାହା କହିଲେ ନସରେ । ଏ ଦୃଶ୍ୟ କେବଳ ଚଳିତ ଲଗାଣ ବର୍ଷାର ନୁହେଁ , ବରଂ ଦୀର୍ଘ ବର୍ଷ ହେଲା ବର୍ଷା ପାଣିରେ ଉବୁଡୁବୁ ହୋଇଥାଏ ଏ ଚିକିତ୍ସାଳୟ ପରିସର। ୧୫ଦିନ ପୂର୍ବେ ହୋଇଥିବା ବର୍ଷାରେ ହସ୍ପିଟାଲ ପରିସର ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଭରି ରହିଥିଲା ଆଣ୍ଠୁଏ ଲେଖାଏଁ ପାଣି । ବାରମ୍ବାର ଏଭଳି ପରିସ୍ଥିତି ଉପୁଜିଥିଲେ ମଧ୍ୟ ପ୍ରଶାସନର ଅବହେଳା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । ଡ୍ରେନେଜ୍ ବ୍ୟବସ୍ଥା ରହିଥିଲେ ବି ମୁଖ୍ୟ ଡ୍ରେନର ଦୂରାବସ୍ଥା ଯୋଗୁଁ ଏପରିସ୍ଥିତି ଲାଗି ରହୁଥିବା କହଛନ୍ତି ଲୋକେ ।

ବାରମ୍ବାର ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଏଠାକାର କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ଏବଂ ଏଠାକୁ ଆସୁଥିବା ରୋଗୀ । ହେଲେ ପରିସ୍ଥିତି ସୁଧୁରିବାର ନା ନେଉନାହିଁ । ଦେଖାଯାଉ କେବେ ପଶୁଛି ଚେତା କେବେ ସୁଧୁରୁଛି ବ୍ୟବସ୍ଥା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.