Below header

ଓଡ଼ିଶାର ଗୋବର କଣ୍ଢେଇ ରୁ ତାଳପତ୍ର ଚିତ୍ର ସବୁ ଶିଖୁଛନ୍ତି ବିଦେଶୀ ଅତିଥି  

ପୁରୀ (କେନ୍ଯୁଜ୍) : ପୁରୀ ଜିଲ୍ଲାର ରଘୁରାଜପୁର । ଚିତ୍ରପଟର ଏହି ଗାଁରେ ବିଦେଶୀ ଅତିଥି । ଏହାର କଳା ସଂସ୍କୃତି ଅତି ନିକଟରୁ ପରଖିବା ସହ ପଟ୍ଟଚିଚ୍ର ଓ ବିଭିନ୍ନ ଚାରୁକଳା ଶିଖୁଛନ୍ତି ବିଦେଶିନୀ । ଏମାନଙ୍କୁ ଅତିଥି ଭାବେ ପାଇଁ ଗାଁ ବି ବେଶ ଖୁସି ।

forgine 2

ହାତରେ ଅଛି ଲେଖନୀ, ଆଉ ଚିତ୍ର ଆଙ୍କିବାରେ ବ୍ୟସ୍ତ ବିଦେଶିନୀ । ତାଳପତ୍ରରେ ଚିତ୍ର ଆଙ୍କିବାରେ ଏମାନେ ଏତେ ବ୍ୟସ୍ତ ଯେ ଦିନ କି ରାତି। କିଛି ବି ଫରକ ପଡୁନି । ପୁରୀ ଜିଲ୍ଲା ରଘୁରାଜପୁର ଗାଁରେ ଏବେ ଦେଖିବାକୁ ମିଳୁଛି ବିଦେଶିନୀଙ୍କ ଭିଡ । ଦରିଆ ସେପାରିରୁ ଆସି ପହଞ୍ଚିଛନ୍ତି ଏଠାକାର କଳା ସଂସ୍କୃତିକୁ ଜାଣିବାକୁ । ମନରେ ଅଛି ନୂଆ କିଛି ଶିଖିବାର ଆଗ୍ରହ।

forgine

ଗୋବର କଣ୍ଢେଇଠୁ ଆରମ୍ଭ କରି କାଗଜରେ ତିଆରି ବିଭିନ୍ନ କଳାକୃତି ତିଆରି କରୁଛନ୍ତି । ଆଉ ଏମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ରଘୁରାଜପୁର ଗାଁର ଶିଳ୍ପୀ । ସୁଦୁର ବିଦେଶରୁ ଆସି ସାଉଁଟିନେଉଛନ୍ତି ନିଆରା ଅନୁଭୂତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.