ଭାରତରେ ମହଙ୍ଗା ହେଲା ଏମଆଇର ଏହି ପ୍ରଡ଼କ୍ଟ , ଦେଖିରଖନ୍ତୁ ତାଲିକା

ନୂଆଦିଲ୍ଲୀ : ଚାଇନା କମ୍ପାନି ସାଓମି ବହୁତ କମ ସମୟରେ ଭାରତରେ ଲୋକପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଛି। ତେବେ ଏବେ କମ୍ପାନି ଭାରତରେ ଏହାର କିଛି ପ୍ରଡ଼କ୍ଟ ଗୁଡ଼ିକର ମୂଲ୍ଯ ବଢ଼ାଇଥିବା ଘୋଷଣା କରିଛି।  କମ୍ପାନି ଏହା ବିଷୟରେ ଟ୍ବିଟ କରି କହିଛି, ଭାରତରେ ଡଲାର ପିଛା ପ୍ରାୟ ୧୫ପ୍ରତିଶତ ହ୍ରାସ ହୋଇଛି। ଯାହାଫଳରେ କମ୍ପାନିର ଇନପୁଟରେ କିଛି ବୃଦ୍ଧି ଘଟିଛି। ଏଣୁ କମ୍ପାନି ଭାରତରେ ବିକ୍ରି ହେଉଥିବା କିଛି ପ୍ରଡ଼କ୍ଟର ମୂଲ୍ଯ ବଢ଼ାଇବା ପାଇଁ ନିଷ୍ପତି ନେଇଛି । କମ୍ପାନି ମୂଲ୍ଯ ବଢ଼ାଇଥିବା ପ୍ରଡ଼କ୍ଟ ଗୁଡ଼ିକରେ ଟିଭି, ସ୍ମାର୍ଟଫୋନ ଏବଂ ପାୱାରବ୍ଯାଙ୍କ ସାମିଲ ରହିଛି।

Xiaomi.

କେଉଁ ପ୍ରଡ଼କ୍ଟର କେତେ ହୋଇଛି ମୂଲ୍ଯ ପରିବର୍ତ୍ତନ

-ସାଓମି ରେଡ଼ମି ୬ଏ(୨ଜିବି + ୧୬ଜିବି)ମଡ଼ଲର ମୂଲ୍ଯ ଏବେ ୬୦୦ ଟଙ୍କା ବଢ଼ି ୬,୫୯୯ ଟଙ୍କା ରହିଛି । ତେବେ ଲଞ୍ଚ ସମୟରେ ଏହାର ମୂଲ୍ଯ ୫,୯୯୯ଟଙ୍କା ରହିଥିଲା। ଏହାର ୨/୩୨ ଜିବି ବ୍ଯାରିଏଣ୍ଟ ସ୍ମାର୍ଟଫୋନର ମଧ୍ୟ ମୂଲ୍ଯ ୫୦୦ ଟଙ୍କା ବଢ଼ିବା ସହ ତାହା ୭,୪୯୯ ରହିଛି।

Redmi_Note_6

-ସେହିପରି ରେଡ଼ମି ୬ ସ୍ମାର୍ଟଫୋନର ମୂଲ୍ଯ ବଢ଼ାଯାଇ ୮,୪୯୯ ଟଙ୍କା ରହିଛି। ଏଥିରେ ମଧ୍ୟ ୫୦୦ ଟଙ୍କା ବଢ଼ାଇଛି କମ୍ପାନି ।

tv

-ଏମଆଇ ଏଲଇଡ଼ି ଟିଭିର ମୂଲ୍ଯରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ଏମଆଇ ଏଳଇଡ଼ି ଟିଭି ୪ସି ପ୍ରୋ ୩୨ ଇଞ୍ଚର ମୂଲ୍ଯ ବଢ଼ାଇବା ଏହା ୧୫,୯୯୯ ଏବଂ ୪୯ ଇଞ୍ଚ ଟିଭିର ୩୧,୪୯୯ ଟଙ୍କା ରହିଛି।

-ସେହିପରି ଏମଆଇ ପାୱାରବ୍ଯାଙ୍କ 2iର ମୂଲ୍ଯ ୧୦୦ଟଙ୍କା ବଢ଼ାଯାଇ ୮୯୯ ଟଙ୍କା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.