ଏସବିଆଇ ଏଟିଏମ୍ ବ୍ଯବହାରକାରୀଙ୍କ ପାଇଁ ଖୁସି ଖବର, ଜାଣନ୍ତୁ କିପରି ଉଠାଇବେ ଲାଭ

ନୂଆଦିଲ୍ଲୀ : ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରାୟ ସମସ୍ତଙ୍କ ପାଖରେ ଦେଖିବାକୁ ମିଳିଥାଏ ଏଟିଏମ୍ କାର୍ଡ଼। କହିବାକୁ ଗଲେ ଏହା ହେଉଛି ଏକ ଡିଜିଟାଲ ଟଙ୍କା। ଅବଶ୍ଯକ ସ୍ଥାନରେ ପାଖରେ ନଗଦ ଟଙ୍କା ନଥିଲେ ଏଟିଏମ୍ କାର୍ଡ ତାହାର ଆବଶ୍ଯକତାକୁ ବହୁତ ଭଲ ଭାବେ ପୂରା କରିଥାଏ। ଆଜି ଆମେ ଏସବିଆଇ ଏଟିଏମ୍ ଗ୍ରାହକଙ୍କ ପାଇଁ ଆଣିଛୁ ଖୁସି ଖବର।

atm 2

ଷ୍ଟେଟ ବ୍ଯାଙ୍କ ଅଫ ଇଣ୍ଡିଆ (ଏସବିଆଇ ) ନିଜ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଯଦି ଆପଣଙ୍କର ଏସବିଆଇ ଏଟିଏମ୍ କାର୍ଡ ହଜିଯାଉଛି ବା ଚୋରି ହୋଇଯାଉଛି ତେବେ ଏଥିପାଇଁ ଚିନ୍ତିତ ହେବାର କିଛି ନାହିଁ। ଏଥିପାଇଁ ବ୍ଯାଙ୍କ ଆପଣଙ୍କୁ ଦେବେ ଇନସୁରାନ୍ସ ବା ବୀମା । ଯାହା ଦ୍ବାରା ଆପଣଙ୍କ ଏଟିଏମ୍ କାର୍ଡ ହଜିଲେ ବା ଚୋରି ହେଲେ ତାହା ବଦଳରେ ଆପଣ ପାଇପାରିବେ ଟଙ୍କା।

ATM 3

ଆଜ୍ଞା ହଁ , ଏସବିଆଇ ନିଜର ଏଟିଏମ୍ ଇନସୁରାନ୍ସ ବା ବୀମାରେ ବଡ଼ ପରିବର୍ତ୍ତନ କରିଛି। ଏନେଇ ଯଦି ଆପଣଙ୍କର ଏଟିଏମ ଡେବିଡ଼୍ କାର୍ଡ଼ ଚୋରି କିମ୍ବା ହଜିଯାଉଛି ତେବେ ତାହା ପାଇଁ ଆପଣ ୮୦ ହଜାର ରୁ ୪୦ ଲକ୍ଷ ପର୍ଯ୍ଯନ୍ତ କଭର ବୀମା ପାଇପାରିବେ। ଏପରିକି ଯଦି ଏଟିଏମ୍ କାର୍ଡଧାରୀ ଗ୍ରାହକଙ୍କର କୌଣସି କାରଣରୁ ମତ୍ଯୁ ହୋଇଯାଉଛି ତେବେ ଏହି ବୀମାର ଟଙ୍କା ମଧ୍ୟ ଦିଆଯିବ। ପୂର୍ବେ ବୀମା ରାଶି ୧୦ ଲକ୍ଷ ପର୍ଯ୍ଯନ୍ତ ରହିଥିବା ବେଳେ ଏବେ ତାହାକୁ ବଢ଼ାଇ ୨୦ ଲକ୍ଷ କରାଯାଇଛି ।

ଏହାର ସଂପୂର୍ଣ୍ଣ ବିବରଣୀ ପାଇଁ ଆପଣ ନିକଟସ୍ଥ ଏସବିଆଇ ବ୍ଯାଙ୍କ ବା ଶାଖାରେ ସଂପର୍କ କରନ୍ତୁ।

Leave A Reply

Your email address will not be published.