କରୋନା କଟକଣା ପାଇଁ ବର୍ଷେ ଧରି ପୁରୀରେ ଅଟକି ରହିଥିବା ବିଦେଶୀ ନାଗରିକ ସ୍ୱଦେଶ ଫେରିଲେ

ପୁରୀ(କେନ୍ୟୁଜ୍): ପୁରୀରୁ ସ୍ୱଦେଶ ଫେରିଲେ ବିଦେଶୀ ନାଗରିକ। କରୋନା କଟକଣା ପାଇଁ ପ୍ରାୟ ବର୍ଷେ ଧରି ପୁରୀରେ ଅଟକି ରହିଥିବା ବେଳେ ଶେଷରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୁରୀ ଏସପିଙ୍କ ସହଯୋଗ କ୍ରମେ ଘରକୁ ଫେରିବାରେ ସକ୍ଷମ ହୋଇଛନ୍ତି ସ୍ପେନର ମହିଳା ଏମ୍ମା। ଗତବର୍ଷ ନିଜ ସ୍ୱାମୀଙ୍କ ସହ ଭାରତ ବୁଲିବାକୁ ଆସି ଶେଷରେ ପୁରୀରେ ପହଞ୍ଚିଥିଲେ।

କିଛି ଦିନ ରହିବା ପରେ କାର୍ଯ୍ୟ ପାଇଁ ଏମ୍ମାଙ୍କ ସ୍ୱାମୀ ସ୍ପେନ ଫେରିଯାଇଥିଲେ। ଏମ୍ମା ପୁରୀରେ ରହିଥିବା ବେଳେ କିନ୍ତୁ କରୋନା କାଳରେ ଲକ୍‌ଡାଉନ, ସଟଡାଉନ ପାଇଁ ସ୍ପେନ ଫେରିପାରିନଥିଲେ। ସ୍ଥିତି ସୁଧୁରିଲେ ସେ ଫେରିବାକୁ ଅପେକ୍ଷା କରିଥିବା ବେଳେ ତାଙ୍କ ସ୍ୱାମୀ ଅସୁସ୍ଥ ଥିବାରୁ ଏମ୍ମା ଘରକୁ ଫେରିବାକୁ ବ୍ୟସ୍ତ ହୋଇପଡ଼ିଥିଲେ। ଏଭଳି ସ୍ଥିତିରେ ସେ ନିଜ ଦେଶକୁ ଫେରିବା ପାଇଁ ପୁରୀ ଏସ୍‌ପିଙ୍କ ସହଯୋଗ ଲୋଡ଼ିଥିଲେ। ସମସ୍ତ ଆବଶ୍ୟକ କାଗଜପତ୍ର କାର୍ଯ୍ୟ ଶେଷ ହେବା ପରେ ଆସନ୍ତା ସପ୍ତାହକ ମଧ୍ୟରେ ସ୍ପେନ ଫେରିବେ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.