ଆଠଗଡର ପୂର୍ବତନ ଡିଏଫ୍‌ଓଙ୍କୁ ମିଳିବ ‘ୟୁନାଇଟେଡ୍ ନେସନ୍ସ ଏସିଆ ଏନଭରମେଣ୍ଟାଲ୍ ଏନଫୋରସମେଣ୍ଟ ଆଓ୍ୱାର୍ଡ’

ବଜ୍ରକାପ୍ତା ଚୋରା ଚାଲାଣ ରୋକିବା ପାଇଁ ମିଳିବ ପୁରସ୍କାର

ଭୁବନେଶ୍ବର: ଆଠଗଡର ପୂର୍ବତନ ଡିଏଫ୍‌ଓ ସସ୍ମିତା ଲେଙ୍କାଙ୍କୁ ମିଳିବ ‘‘UNITED NATIONS ASIA ENVIRONMENTAL ENFORCEMENT AWARD’’ । ବଜ୍ରକାପ୍ତା ଚୋରା ଚାଲାଣ ରୋକିବାରେ ତାଙ୍କର ପଦକ୍ଷେପ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ । ଭର୍ଚୁଆଲ ମାଧ୍ୟମରେ ତାଙ୍କୁ ଆୱାର୍ଡ ପ୍ରଦାନ କରାଯିବ । ୧୦ ହଜାର ଟଙ୍କା ପୁରସ୍କାର ରାଶି ସହିତ ତାଙ୍କୁ ମିଳିବ ମାନପତ୍ର ।

ଏଭଳି ପୁରସ୍କାର ମିଳିବାରେ ସେ ହେଉଛନ୍ତି ଓଡିଶାର ପ୍ରଥମ ମହିଳା । ଏହାକୁ ନେଇ ସେ ଖୁସି ଜାହିର କରିଛନ୍ତି । ଧିରେ ଧିରେ ଲୁପ୍ତ ପାଇଯାଉଥିବା ବଜ୍ରକାପ୍ତା ଜୀବନ ରକ୍ଷା ପାଇଁ ସେ ଯେଉଁ ବଳିଷ୍ଠ ପଦକ୍ଷେପ ନେଇଥିଲେ ସେଥିପାଇଁ ଅର୍ନ୍ତଜତୀୟସ୍ତରରେ ଯେଉଁ ସମ୍ମାନ ପାଇଛନ୍ତି ଏହାକୁ ନେଇ ସେ ନିଜ ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.