କଂଗ୍ରେସରେ ଯୋଗ ଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି

ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି । କଂଗ୍ରେସ ଭବନରେ ମିଶ୍ରଣ ପର୍ବ କାଯ୍ୟକ୍ରମରେ ଯୋଗ ଦେଲେ ପ୍ରବୋଧ ।  ଏହା ସହ ଏକାମ୍ର ନିର୍ବାଚନ ମଣ୍ଡଳୀର ପ୍ରଶାନ୍ତ କୁମାର ଚଂପତି ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି ।

ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତରେ କଂଗ୍ରେସ ଦଳରେ ମିଶିଛନ୍ତି ପ୍ରବୋଧ ।  ଦଳରେ ମିଶିଲା ପରେ ଗଣମାଧ୍ୟମକୁ ପ୍ରବୋଧ କହିଛନ୍ତି କଂଗ୍ରେସ ଦଳର ଆଦର୍ଶ ଏବଂ ରାହୁଲ ଗାନ୍ଧୀଙ୍କ କାଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।  ଲୋକମାନଙ୍କର ସମସ୍ୟା ଦୂର କରିବ ସହ ସମସ୍ତଙ୍କୁ ନେଇ ଆଗକୁ ବଢ଼ିବି ଲକ୍ଷ ରଖିଛନ୍ତି ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.