ଅଟୋ ଡ୍ରାଇଭରଙ୍କ ଅଜବ ବୁଦ୍ଧି, ଟ୍ରାଫିକ ଜାମରୁ ବର୍ତ୍ତିବା ପାଇଁ ଫୁଟ୍‌ଓଭର ବ୍ରିଜରେ ଚଲାଇଲେ ଅଟୋ; ଭିଡିଓ ଭାଇରଲ ପରେ ୨ ଗିରଫ

ଦିଲ୍ଲୀ ଟ୍ରାଫିକ ଜାମରୁ ବର୍ତ୍ତିବା ପାଇଁ ଅଟୋ ଟ୍ରାଇଭର ଆପଣାଇଲେ ଅଜବ ଉପାୟ। ଫୁଟ ଓଭର ବ୍ରିଜରେ ଅଟୋ ଚଲାଇଲେ ଡ୍ରାଇଭର । ଭିଡିଓ ଭାଇରଲ ହେବା ପରେ ପୋଲିସ କଲା ଗିରଫ । ଦିଲ୍ଲୀର ହମଦର୍ଦ ନଗରରେ ଘଟିଛି ଏଭଳି ଘଟଣା ।

ଟ୍ରାଫିକ ଜାମରୁ ମୁକୁଳିବାକୁ ପାଇଁ ଜଣେ ଅଟୋ ଚାଳକ ଆପଣାଇଲେ ଅଜବ ଯୋଗାଡ । ଟ୍ରାଫିକ ଜାମରେ ଘଣ୍ଟା ଘଣ୍ଟା ଛିଡ଼ାହୋଇ ଯିବା ଅପେକ୍ଷା ଅଜବ ଉପାୟ ଆପଣାଇଲେ ଅଟୋ ଡ୍ରାଇଭର । ଟ୍ରାଫିକ ଜାମରୁ ବଞ୍ଚିବା ପାଇଁ ଫୁଟ୍‌ ଓଭର ବ୍ରିଜରେ ଅଟୋକୁ ନେଇଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି । ଆଉ ଭିଡିଓ ଭାଇରଲ ହେବା ପରେ ଅଟୋ ଡ୍ରାଇଭର ଏବଂ ତାଙ୍କ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଡ୍ରାଇଭର ଜଣକ କହିଛନ୍ତି, ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ହସପିଟାଲ ନେବାକୁ ଏଭଳି ଉପାୟ ଆପଣାଇଥିଲେ ।

ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଜଣେ ଅଟୋ ଚାଳକ ଜୋରଜବରଦସ୍ତି ଫୁଟ୍ ଓଭରବ୍ରିଜରେ ନିଜ ଅଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି। ଏଥିରେ ତାଙ୍କୁ ଜଣେ ଯୁବକ ସାହାଯ୍ୟ କରୁଥିବା ବେଳେ ସେ ପଛରୁ ଅଟୋକୁ ଠେଲିବାରେ ଲାଗିଛନ୍ତି। ଏହାପରେ ଉଭୟ ଫୁଟ୍ ଓଭରବ୍ରିଜରେ ଅଟୋକୁ ନେଇ ପାର ହୋଇଛନ୍ତି । ଦିଲ୍ଲୀର ହମଦର୍ଦ ନଗର ସଙ୍ଗମ ବିହାର ସର୍କଲ ରେଡ ଲାଇଟ୍‌ ଅଞ୍ଚଳର ଏହି ଭିଡିଓ ବୋଲି ଜଣାପଡିଛି ।

ଭିଡିଓ ଭାଇରଲ ହେବା ପରେ ପୋଲିସ ସଙ୍ଗମ ବିହାର ଅଞ୍ଚଳରେ ରହୁଥିବା ଡ୍ରାଇଭର ୨୫ ବର୍ଷୀୟ ମୁନ୍ନାଙ୍କୁ ବାନ୍ଧିଥିବା ବେଳେ ତାଙ୍କ ଅଟୋକୁ ଜବତ କରିଛି। ଏଥିସହ ପୋଲିସ ମୁନ୍ନାଙ୍କ ଅଟୋକୁ ଠେଲିବାରେ ସହଯୋଗ କରିଥିବା ଯୁବକଙ୍କୁ ବି ଘରୁ ଉଠାଇ ନେଇଛି।

ପୋଲିସ ଗିରଫ କରିବା ପରେ ଅଟୋ ଚାଳକ ଜଣକ କହିଛନ୍ତି କି, ତାଙ୍କ ମା’ଙ୍କ ଅବସ୍ଥା ଖରାପ ରହିଥିଲା । ତେଣୁ ହସପିଟାଲ ନେବାକୁ ଏଭଳି ଉପାୟ ଆପଣାଇଥିଲେ । ଟ୍ରାଫିକ ଜାମରେ ଫସିଥିଲେ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଥାନ୍ତା । ତେଣୁ ଏଭଳି ଉପାୟ ଆପଣାଇଥିଲେ ।

ପୋଲିସ ଏହି ମାମଲାରେ ଅଟୋକୁ ଜବତ କରିବା ସହିତ ଦୁହିଁଙ୍କ ବିରୋଧରେ ସିଆରପିସି ଧାରା ୧୦୭/୧୫୧ ଅଧିନରେ ମାମଲା ରୁଜୁ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.