ଗର୍ଭାବସ୍ଥା ସମୟରେ ମହିଳାମାନେ ମଦ୍ୟପାନ କରୁଛନ୍ତି କି ? ତେବେ ସାବଧାନ ଶିଶୁ ଉପରେ ପଡିପାରେ ଏପରି ପ୍ରଭାବ

ଗର୍ଭାବସ୍ଥାରେ ମହିଳାମାନେ ସପ୍ତାହକୁ ଥରେ ମଧ୍ୟ ମଦ୍ୟପାନ କରିବା ଦ୍ୱାରା ଶିଶୁର ମସ୍ତିଷ୍କ ଗଠନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ । ଅନୁସନ୍ଧାନ ଅନୁସାରେ, ଗର୍ଭାବସ୍ଥା ସମୟରେ ସପ୍ତାହରେ କେବଳ ଏକ ଗ୍ଲାସ୍‌ ମଦ ପିଇବା ଦ୍ୱାରା ଶିଶୁର ମସ୍ତିଷ୍କର ଆକାର ବଦଳି ଯିବାର ଯଥେଷ୍ଟ ସମ୍ଭାବନା ଥାଏ ।

ମହିଳାମାନଙ୍କୁ ଗର୍ଭାବସ୍ଥା ସମୟରେ ଅଧିକ ସାବଧାନ ରହିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ଗର୍ଭରେ ଥିବା ଶିଶୁ ଉପରେ କୌଣସି ପ୍ରକାରର ଭୁଲ ପ୍ରଭାବ ନ ପଡିବା ଉଚିତ୍‌ । ସେଥିପାଇଁ ମହିଳାମାନେ ସାବଧାନ ରହିବା ସହ ସମସ୍ତ ଜିନିଷରେ ଧ୍ୟାନ ଦେବା ଉଚିତ୍‌ । ହେଲେ ବର୍ତ୍ତମାନ ଅଷ୍ଟ୍ରିଆର ରିସର୍ଚ୍ଚରମାନେ କହିଛନ୍ତି ଯେ, ଗର୍ଭାବସ୍ଥାରେ ମହିଳାମାନେ ସପ୍ତାହକୁ ଥରେ ମଧ୍ୟ ମଦ୍ୟପାନ କରିବା ଦ୍ୱାରା ଶିଶୁର ମସ୍ତିଷ୍କ ଗଠନରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ । ଅନୁସନ୍ଧାନ ଅନୁସାରେ, ଗର୍ଭାବସ୍ଥା ସମୟରେ ସପ୍ତାହରେ କେବଳ ଏକ ଗ୍ଲାସ୍‌ ମଦ ପିଇବା ଦ୍ୱାରା ଶିଶୁର ମସ୍ତିଷ୍କର ଆକାର ବଦଳି ଯିବାର ଯଥେଷ୍ଟ ସମ୍ଭାବନା ଥାଏ । ଯାହାଦ୍ୱାରା ଶିଶୁଙ୍କର ଭାଷା ଅନୁଭବ କରିବା ଏବଂ ଭାଷା ଶିଖିବାର କ୍ଷମତା ପ୍ରଭାବିତ ହୋଇଥାଏ ।

ବ୍ରେନ ମେଚ୍ୟୁରିଟି ହେବାରେ ବିଳମ୍ବ ହୁଏ :
ରିସର୍ଚ୍ଚରମାନେ ମହିଳାମାନଙ୍କୁ ଗର୍ଭାବସ୍ଥା ସମୟରେ ସମ୍ପୂର୍ଣ୍ଣ ଭାବେ ମଦକୁ ନିଷେଧ କରିଛନ୍ତି । ଭିଏନା ମେଡିକାଲ ୟୁନିର୍ଭସିଟିର ନ୍ୟୁରୋଲୋଜିଷ୍ଟି ଏବଂ ଅଧ୍ୟୟନର ପ୍ରମୁଖ ଲେଖକ ଡାକ୍ତର ପାଟ୍ରିକ କିନାଷ୍ଟଙ୍କ ମତ ଅନୁସାରେ ଗର୍ଭାବସ୍ଥା ସମୟରେ ମହିଳାମାନେ ମଦ୍ୟପାନ କରିବାରୁ ଦୂରେଇ ରହିବା ଉଚିତ୍‌ । ସେ ଏହା ମଧ୍ୟ କହିଛନ୍ତି ଯେ, ଅଳ୍ପ ମଦ୍ୟପାନରୁ ମଧ୍ୟ ଶିଶୁର ମସ୍ତିଷ୍କ ବିକାଶ ହେବାରେ ଡେରି ହୋଇଥାଏ । ଯାହା ଦ୍ୱାରା ବ୍ରେନ ମେଚ୍ୟୁରିଟିରେ ମଧ୍ୟ ବିଳମ୍ବ ହୋଇପାରେ ।

ସେଲ୍‌ ମଧ୍ୟ ପ୍ରଭାବିତ ହୋଇଥାଏ :
ଡାକ୍ତର କିନାଷ୍ଟ କହିଛନ୍ତି ଯେ, ଅନେକ ମହିଳା ଗର୍ଭାବସ୍ଥା ସମୟରେ ମଦ୍ୟପାନ କରିବା ଦ୍ୱାରା ଶିଶୁମାନେ ପ୍ରଭାବିତ ହୁଅନ୍ତି ବୋଲି ଜାଣିନଥାନ୍ତି । ମଦ୍ୟପାନ ଶିଶୁଙ୍କ ମସ୍ତିଷ୍କ ପାଇଁ କିପରି କ୍ଷତି କାରକ ହୋଇଥାଏ ଜାଣି ରଖନ୍ତୁ । ମଦ ସେଲର ଗଠନକୁ ବଦଳାଇ ଥାଏ । ମାଇଲେନେସନ୍‌କୁ ମଧ୍ୟ ହ୍ରାସ କରେ । ମଦ୍ୟପାନ କରିବା ଦ୍ୱାରା ପ୍ରତିରକ୍ଷା କୋଟିଙ୍ଗ ପ୍ରକ୍ରିୟା ଏବଂ ସେଲ ମଧ୍ୟ ପ୍ରଭାବିତ ହୋଇଥାଏ । ରିସର୍ଚ୍ଚରମାନେ କହିଛନ୍ତି ଯେ, ଶିଶୁ ଜନ୍ମ ହେବା ପୂର୍ବରୁ ତାର ବିକାଶ ହେବା ପର୍ଯ୍ୟାୟ ଆରମ୍ଭ ହୋଇଥାଏ । ଗର୍ଭାବସ୍ଥାର ପ୍ରଥମ ଆଠ ସପ୍ତାହ ଭ୍ରୁଣ ପର୍ଯ୍ୟାୟ ବିକାଶ ହୋଇଥାଏ । ଯେତେବେଳେ ଗର୍ଭରେ ଶିଶୁର ଅଙ୍ଗ ତିଆରି ହେବା ଆରମ୍ଭ ହୋଇଥାଏ, ସେହି ସମୟରେ ମଦ୍ୟପାନ କରିବା ଦ୍ୱାରା ଶିଶୁର କୋଷରେ ଭୁଲ ପ୍ରଭାବ ପଡିଥାଏ । ଯାହାଦ୍ୱାରା ଜନ୍ମ ଦୋଷ ଏବଂ ଗର୍ଭପାତର କାରଣ ହୋଇପାରେ ।

ଜନ୍ମ ପରେ ଟେଷ୍ଟ କରିବା ଯୋଜନା :
ଜନ୍ମ ପରେ ଆଗକୁ ସ୍କାନ୍‌ ପାଇଁ ଶିଶୁମାନଙ୍କୁ ପରୀକ୍ଷା କରିବାକୁ ଡାକ୍ତର କିନାଷ୍ଟ ଯୋଜନା କରିଛନ୍ତି । ତେବେ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର(ସିଡିସି)ର କହିବା ଅନୁସାରେ ଗର୍ଭାବସ୍ଥା ସମୟରେ ମହିଳାମାନେ ସମ୍ପୂର୍ଣ୍ଣରୂପେ ମଦ୍ୟପାନ ଠାରୁ ଦୂରେଇ ରହିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.