ରାଜ୍ୟପାଳ ଭାବେ କାର୍ଯ୍ୟକାଳ ପୁରିବା ପରେ ଜନ୍ମଭୂମିକୁ ଫେରିଲେ ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର (କେ ନ୍ୟୁଜ): ରାଜ୍ୟପାଳ ଭାବେ କାର୍ଯ୍ୟକାଳ ପୁରିବା ପରେ ଫେରିଲେ ଦ୍ରୌପଦୀ ମୁର୍ମୁ । କର୍ମଭୂମିରୁ ଜନ୍ମଭୂମିକୁ ଫେରିଲେ ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ । ଏକ ସ୍ୱତନ୍ତ୍ର ହେଲିକପ୍‌ଟର ଯୋଗେ ସେ ନିଜ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ମହୁଲଡ଼ିହାକୁ ଫେରିଛନ୍ତି । ଗାଁରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଜିଲ୍ଲାବାସୀ ।

ଜଣେ ଅଭିଜ୍ଞ ରାଜନୀତିଜ୍ଞ ଭାବେ ୨୦୧୫ ମେ ୧୮ ତାରିଖରେ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ୨୦୨୧ ଜୁଲାଇ ୬ତାରିଖ ପର୍ଯ୍ୟନ୍ତ ସେ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.