କରୋନା ଭାଇରସ୍‌ର ଓଜନ ଶୁଣିଲେ ଆପଣ ବି ଚମକି ପଡ଼ିବେ, ରିସର୍ଚ୍ଚରେ ହେଲା ଖୁଲାସା

ଏବେ ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁ ହାହାକାର ସ୍ଥିତି ଉପୁଜିଛି। ଲୋକମାନେ ଭାଇରସ୍‌ରୁ ମୁକ୍ତି ପାଇବାକୁ ଟିକା ନେବା ବି ଆରମ୍ଭ କଲେଣି। ତଥାପି ମହାମାରୀ କବଳରୁ ନିସ୍ତାର ମିଳୁନାହିଁ। ତେବେ ସାରା ଦୁନିଆକୁ କଲବଲ କରୁଥିବା ଏହି କରୋନାର ଓଜନ କେତେ ତାହା କେବେ ଚିନ୍ତା କରିଛନ୍ତି କି! ବୋଧେ କେହି ଏ ବିଷୟରେ ଭାବି ନଥିବେ।

କିନ୍ତୁ ନିକଟରେ ଇସ୍ରାଇଲର ବିଜମେନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସର ବୈଜ୍ଞାନିକମାନେ ଏହି ଭାଇରସର ଓଜନ କେତେ ତାହାର ପତ୍ତା ଲଗାଇଛନ୍ତି। ମହାମାରୀ ସମୟରେ କୌଣସି ସ୍ଥାନରେ ଏକାସଙ୍ଗେ ୧୦ଲକ୍ଷରୁ ୧ କୋଟି ଲୋକ ସଂକ୍ରମିତ ହେଉଥିଲେ। ଏହି ଆଧାର ମାନକୁ ବିଚାରକୁ ନେଇ ବୈଜ୍ଞାନିକମାନେ କରୋନାର ଓଜନ ଧାର୍ଯ୍ୟ କରିଛନ୍ତି। ବୈଜ୍ଞାନିକଙ୍କ କହିବାନୁସାରେ, ଏବେ ଦୁନିଆରେ ବ୍ୟାପୁଥିବା କରୋନା ଭାଇରସ୍‌ର ମୋଟ୍‌ ଓଜନ ୦.୧ରୁ ୧୦ କିଲୋଗ୍ରାମ୍‌ ପର୍ଯ୍ୟନ୍ତ ହୋଇପାରେ।

ଏକ୍ସପର୍ଟଙ୍କ ମତରେ, କମ୍‌ ଓଜନର ଅର୍ଥ ଏହା ନୁହେଁ ଯେ ଭାଇରସ୍‌ କମ୍‌ କ୍ଷତିକାରକ। ବର୍ତ୍ତମାନ ସାରା ବିଶ୍ୱରେ ୧୭.୩ କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଓ ପ୍ରାୟ ୩୭ ଲକ୍ଷ ଲୋକଙ୍କ ଜୀବନ ଯାଇସାରିଲାଣି।

ଗଣନା ମୁତାବକ, ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ଏକ ମାଇକ୍ରୋଗ୍ରାମ୍‌ରୁ ୧୦ ମାଇକ୍ରୋଗ୍ରାମ୍‌ ପର୍ଯ୍ୟନ୍ତ ଭାଇରସ୍‌ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.