Below header

କରୋନାରୁ ସୁସ୍ଥ ହେବା ପରେ ହେଉଛି ଲିଭର ରୋଗ ଓ ପେଟରେ ଅଲସର

ନୂଆଦିଲ୍ଲୀ : କରୋନା ରୋଗୀଙ୍କ ପାଇଁ ପୋଷ୍ଟ କୋଭିଡ ଟ୍ରିଟମେଣ୍ଟ ବଡ଼ ମହଙ୍ଗା ହୋଇଛି । କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କ ଦେହରେ ଦେଖାଯାଉଛି ବିଭିନ୍ନ ଅସୁବିଧା । ଏବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ କରୋନାରୁ ଚିକିତ୍ସିତ ହୋଇ ଫେରିବା ପରେ ସୁସ୍ଥ ବ୍ୟକ୍ତିଙ୍କ ଲିଭର ଖରାପ ଓ ପେଟରେ ଘା’ ଆଦି ହେବା ସମସ୍ୟା ଦେଖାଯାଉଛି ।

ଏଭଳି ପ୍ରାୟ ୫୦ ମାମଲା ଆସିଥିବା ସ୍ୱାସ୍ଥ୍ୟବିତମାନେ ପ୍ରକାଶ କରିଛନ୍ତି । ବଡ଼ ମାନଙ୍କ ଠାରେ ଲିଭର ଓ ପେଟ ସମ୍ବନ୍ଧୀୟ ରୋଗ ଦେଖାଯାଉଥିବା ବେଳେ ପିଲାଙ୍କ ଠାରେ ପାନ୍‌କ୍ରିୟାଟିକ୍ସ ଓ ଏଣ୍ଟି ଇନଫ୍ଲାମେଟାରୀ ସିଣ୍ଡ୍ରମ ସମସ୍ୟ ଦେଖାଯାଉଛି ।

post covid symptoms
image credit: aajtak.in

ଜଣେ ୬୦ ବର୍ଷିୟା ମହିଳା କୋଭିଡରୁ ସୁସ୍ଥ ହେବା ପରେ ପୁଣି ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେତେବେଳେ ତାଙ୍କ ଲିଭରରେ ପୂଜ ହୋଇଥିବା ଦେଖିବାକୁ ମିଳିଥିଲା । ଏଣ୍ଡୋସ୍କୋପି ପରେ ଏହି ସମସ୍ୟା ଜଣାପଡ଼ିଥିଲା । ଡାକ୍ତର କୁହନ୍ତି ଯେ ଏଯାଏ ପ୍ରାୟ ୫୦ ଜଣ ପିଲା ଓ ବୟସ୍କଙ୍କ ଠାରେ ଏଭଳି ସମସ୍ୟା ଦେଖାଯାଉଛି ।

ଏମାନଙ୍କ ଠାରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ କରୋନା ଭ୍ୟାକ୍‌ସିନର ଦୁଇଟି ଡୋଜ ମଧ୍ୟ ନେଇ ସାରିଛନ୍ତି । ତେଣୁ କୋଭିଡ ପରେ ଶରୀରର ସଂକ୍ରମଣ ଉପରେ ଅଧିକ ନଜର ରଖିବା ଉଚିତ ବୋଲି ଡାକ୍ତରମାନେ କହିଛନ୍ତି ।

ଏପରି ସମସ୍ୟା ଶରୀରର ଇମ୍ୟୁନିଟି କମ୍‌ କରିବାରେ ମଧ୍ୟ କାରଣ ହୋଇପାରେ । ଯାହାଦ୍ୱାରା ସଂକ୍ରମଣ ବଢ଼ିପାରେ । ତେଣୁ ପୋଷ୍ଟ କୋଭିଡ ରୋଗୀ ଏହିସବୁ ସମସ୍ୟା ପ୍ରତି ସଚେତନ ରହିବା ଜରୁରୀ ବୋଲି ଡାକ୍ତରମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.