Below header

ପେପର ମିଲରେ ପଶି ୪ ଜଣଙ୍କୁ ହାଣିଲା ଯୁବକ, ୩ ଆହତ ଜଣେ ଗୁରୁତର

ବାଲେଶ୍ୱର (କେନ୍ୟୁଜ) : ପେପର ମିଲରେ ପଶି ହାଣିଲା ଯୁବକ। ୪ ଜଣ କର୍ମଚାରୀଙ୍କୁ ହାଣିଲା ଯୁବକ। ନିଲମ୍ବିତ କର୍ମଚାରୀଙ୍କ ଆକ୍ରମଣରେ ୩ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ଅଛନ୍ତି। ରେମୁଣା ଥାନା ଅନ୍ତର୍ଗତ ପେପର ମିଲରେ ନିଲମ୍ବିତ କର୍ମଚାରୀଙ୍କ ଉନ୍ମକ୍ତ କାଣ୍ଡ। ପେପର ମିଲ୍‌ ଭିତରେ ପଶି ୪ ଜଣଙ୍କୁ ଖଣ୍ଡାରେ ହାଣି ପକାଇଲା ଯୁବକ। ଏମାନଙ୍କ ମଧ୍ୟରେ ଅଛନ୍ତି କମ୍ପାନୀର ଜଣେ ନିର୍ଦ୍ଦେଶକ, ମ୍ୟାନେଜର, ପିଅନ ଏବଂ ଜଣେ କର୍ମଚାରୀ । ଗୁରୁତର ଭାବେ ଆହତ ପିଅନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.