ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ଅର୍କକେଶରୀ ଦେଓ

୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସାଂସଦ ଥିଲେ ଅର୍କକେଶରୀ । ତାଙ୍କ ପତ୍ନୀ ମାଳବିକା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

କେନ୍ୟୁଜ୍(ବ୍ୟୁରୋ):  ବିଜେପିର ମିଶ୍ରଣ ପର୍ବ । ବିଜେଡି ଛାଡ଼ି ବିଜେପିରେ ସାମିଲ ହେଲେ କଳାହାଣ୍ଡିର ପୂର୍ବତନ ବିଜେଡି ସାଂସଦ ତଥା ରାଜପରିବାରର ଅର୍କକେଶରୀ ଦେଓ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସାଂସଦ ଥିଲେ ଅର୍କକେଶରୀ । ତାଙ୍କ ପତ୍ନୀ ମାଳବିକା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

ଏହାସହ ମଦନପୁର ରାମପୁର ରାଜପରିବାରର ତନ୍ମୟ ପ୍ରତାପ ସିଂହ ଦେଓ ଓ କୁମାର ସାହେବଙ୍କ ବୋହୂ ତଥା ଆନ୍ତର୍ଜାତିକ ସେରାମିକ ଆର୍ଟିଷ୍ଟ ପୃଥିବୀରାଜ ସିଂହଦେଓଙ୍କ ପତ୍ନୀ ସଂଯୁକ୍ତା ଦେବୀ ବିଜେପିରେ ମିଶିଛନ୍ତି। ଏହାସହ ଭଦ୍ରକ ଜିଲ୍ଲା ବନ୍ତର ପୂର୍ବତନ ବିଜେଡି ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଓ ତାଙ୍କ ସ୍ଵାମୀ ସୁଧାଂଶୁ ଶେଖର ନାୟକଙ୍କ ସହ ସମର୍ଥକ ପଦ୍ମ ଧରିଛନ୍ତି ।..

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.