ଓସ୍କାରରେ ପ୍ରବେଶ କଲା ମାଲାୟାଲମ୍‌ ଫିଲ୍ମ ‘୨୦୧୮ ଏଭ୍ରିଓ୍ଵାନ ଇଜ୍‌ ଏ ହିରୋ’

ଓସ୍କାର ଆଓ୍ଵାର୍ଡ ୨୦୨୪ରେ ବାଜି ମାରିଛି ମାଲାୟାଲମ୍ ଫିଲ୍ମ । ଭାରତ ପକ୍ଷରୁ ମାଲାୟାଲମ୍ ଫିଲ୍ମ ‘୨୦୧୮’ ଓସ୍କାର ଆଓ୍ଵାର୍ଡ ୨୦୨୪ ପାଇଁ ମନୋନୀତ ହୋଇଛି । ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ଏହା ଘୋଷଣା କରିଛି ।

ଓସ୍କାର ଆଓ୍ଵାର୍ଡ ୨୦୨୪ରେ ବାଜି ମାରିଛି ମାଲାୟାଲମ୍ ଫିଲ୍ମ । ଭାରତ ପକ୍ଷରୁ ମାଲାୟାଲମ୍ ଫିଲ୍ମ ‘୨୦୧୮’ ଓସ୍କାର ଆଓ୍ଵାର୍ଡ ୨୦୨୪ ପାଇଁ ମନୋନୀତ ହୋଇଛି । ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ଏହା ଘୋଷଣା କରିଛି । ଫିଲ୍ମ ‘୨୦୧୮ ଏଭ୍ରିଓ୍ଵାନ ଇଜ୍‌ ଏ ହିରୋ’ ୨୦୧୮ରେ କେରଳରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ଉପରେ ଆଧାରିତ । ଫିଲ୍ମରେ ପ୍ରାକୃତିକ ବିପର୍ଯ୍ୟୟ ଉପରେ ମାନବର ବିଜୟକୁ ଦେଖାଯାଇଛି।

ଫିଲ୍ମ ‘୨୦୧୮’ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ କାଟାଗୋରୀରେ ଓସ୍କାର ପୁରସ୍କାର ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ । କହି ରଖୁଛୁ, ୨୦୦୨ରେ ଫିଲ୍ମ ‘ଲଗାନ୍’ ପରେ କୌଣସି ବି ଭାରତୀୟ ଏଣ୍ଟ୍ରିକୁ ଓସ୍କାରରେ ଶ୍ରେଷ୍ଠ ଅନ୍ତର୍ଜାତୀୟ ଫିଚର ଫିଲ୍ମ ପାଇଁ ମନୋନୀତ କରାଯାଇ ନ ଥିଲା । ତେବେ ଏହାପୂର୍ବରୁ କେବଳ ଦୁଇଟି ଅନ୍ୟ ଫିଲ୍ମ ଅନ୍ତିମ ପାଞ୍ଚରେ ଜାଗା ସୃଷ୍ଟି କରିପାରିଥିଲା। ଫିଲ୍ମ ଦୁଇଟି ହେଲା, ନର୍ଗିସ୍ ଷ୍ଟାରର୍ ‘ମଦର ଇଣ୍ଡିଆ’ ଏବଂ ମୀରା ନାୟରଙ୍କ ‘ସଲାମ ବମ୍ବେ’। ୨୦୨୩ରେ ରିଲିଜ୍ ହୋଇଥିବା ଫିଲ୍ମ ପାଇଁ ୯୬ତମ ଓସ୍କାର ୨୦୨୪ ମାର୍ଚ୍ଚ ୧୦ରେ ଲସ୍‌ ଏଞ୍ଜେଲସରେ ଆୟୋଜିତ ହେବ ।

ମାଲାୟାଲମ୍ ଫିଲ୍ମ ‘୨୦୧୮’ ଓସ୍କାର ୨୦୨୪ ପାଇଁ ମନୋନୀତ ହେବା ପୂର୍ବରୁ ‘ଦ କେରଳ ଷ୍ଟୋରୀ’, ‘ରକି ଔର୍ ରାଣୀ କି ପ୍ରେମ କାହାଣୀ’, ‘ମିସେସ ଚାଟାର୍ଜୀ ବନାମ ନରେଓ୍ଵ’, ‘ବାଲାଗମ୍’, ‘ବାଲବି’, ‘ବାପ୍ଲୋକ’ ଏବଂ ୧୬ ଅଗଷ୍ଟ,୧୯୪୭ ସମେତ ୨୨ଟି ଫିଲ୍ମର ନାମ ଦିଆ ଯାଇଥିଲା । ହେଲେ ଶେଷରେ ଫିଲ୍ମ ‘୨୦୧୮ ଏଭ୍ରିଓ୍ଵାନ ଇଜ ଏ ହିରୋ’ ବାଜି ମାରିନେଇଥିଲା।

ଜୁଡ ଏନ୍ଥୋନୀ ଜୋସେଫଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଟୋଭିନୋ ଥୋମାସ୍, କୁଞ୍ଚାକୋ ବୋବାନ୍, ଆସିଫ୍ ଅଲି, ଭିନେଥ୍ ଶ୍ରୀନିବାସନ୍, ନାରାୟଣ ଓ ଲାଲ ପ୍ରମୁଖ କଳାକାର ମୁଖ୍ୟ ଭୂମକାରେ ଅଭିନୟ କରିଥିଲେ । ଫିଲ୍ମ ଚଳିତ ବର୍ଷ ମେ’ରେ ରିଲିଜ୍ ହୋଇଥିଲା । ଫିଲ୍ମଟି ବକ୍ସ ଅଫିସ୍‌ରେ ହିଟ୍ ହୋଇ ସେହି ସମୟରେ ସବୁଠାରୁ ଅଧିକ ରୋଜଗାର କରିଥିବା ମାଲାୟାଲମ୍ ଫିଲ୍ମ ହୋଇପାରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.