Below header

ଅରଟେଲର ପୂର୍ବତନ ଡ୍ରାଇଭର ରବି ସେଠୀଙ୍କ ବିସ୍ଫୋରକ ବୟାନ, ସାରୁଅ ଜମି ଦୁର୍ନୀତି ନେଇ ପ୍ରଥମଥର ମୁହଁ ଖୋଲିଲେ

କେନ୍ୟୁଜ ବ୍ୟୁରୋ: ଅରଟେଲ କଂପାନୀର ପୂର୍ବତନ ଡ୍ରାଇଭର ରବି ସେଠୀଙ୍କ ବିସ୍ଫୋରକ ବୟାନ । ଖୋର୍ଦ୍ଧାର ସାରୁଅ ଜମି ଦୁର୍ନୀତି ନେଇ ପ୍ରଥମଥର ମୁହଁ ଖୋଲିଛନ୍ତି । କହିଛନ୍ତି, ତାଙ୍କୁ ଡରାଇ ଧମକାଇ ଚାକିରି ନେଇଯିବାର ଭୟ ଦେଖାଇ ମୋ ନାଁରେ ଅନୁସୂଚିତ ଜାତିଙ୍କ ଜମି କିଣାଯାଇଛି । ‘ ଯେଉଁଠି କହିଲେ ମୁଁ ଦସ୍ତଖତ କରିଦେଇଥିଲି । ଏକାଧିକ ସ୍ଥାନରେ ତାଙ୍କ ନାଁରେ ଜମି କିଣାଯାଇଛି । ପୁରୀରେ ମଧ୍ୟ ତାଙ୍କ ନାଁରେ ଜମି କିଣାଯାଇଛି । ଏସବୁ ଶୁଣି ସେ ବହୁତ ଭୟଭୀତ ।

ଅନୁସୂଚିତ ଜାତି ଲୋକଙ୍କ ଜମି ଫେରାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଓଡ଼ିଶା ଇନଫ୍ରାଟେକର ପ୍ରମୋଟର ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି କହିଛନ୍ତି ରବି ସେଠୀ । ଏହାସହ ରବି ଓ ବୈଜୟନ୍ତଙ୍କୁ ପ୍ରଶ୍ନ କରିଛନ୍ତି, ତାଙ୍କ ଭଳି ଗରିବ ଆଦିବାସୀ ବ୍ୟକ୍ତିକୁ କାହିଁକି ବ୍ୟବହାର କଲେ ? ତାଙ୍କ ଜରିଆରେ କାହିଁକି ଗରିବ ଲୋକଙ୍କ ଜମି ହଡ଼ପ କଲ ବୋଲି ପ୍ରଶ୍ନ କରିଛନ୍ତି ରବି ସେଠୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.