ନାତିକୁ ପଢ଼ାଉ ପଢ଼ାଉ ଫିଟିଗଲା ଜେଜେମା’ର ଭାଗ୍ୟ, ବହିରୁ ମିଳିଲା ଏମିତି ସମ୍ପତ୍ତି ଯେଉଁଥିପାଇଁ ସ୍ୱାମୀ-ସ୍ତ୍ରୀ ହୋଇଗଲେ କୋଟିପତି

କେବେ ଆପଣ କାହାକୁ ପଢ଼ାଉ ପଢ଼ାଉ ଧନୀ ହୋଇଯାଇଛନ୍ତି କି? ଏବେ ଆପଣ ଭାବୁଥିବେ ଏ କେମିତିକା ପ୍ରଶ୍ନ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଗତ ଏପ୍ରିଲ ୩ ତାରିଖରେ କାନାଡ଼ାରେ ଜଣେ କପଲ ୧୦ ଲକ୍ଷ କାନାଡିଆନ ଡଲାର ଜିତିଥିଲେ, ଯାହାକି ଭାରତୀୟ ମୁଦ୍ରା ହିସାବରେ ପାଖାପାଖି ୫ କୋଟି ୧୬ ଲକ୍ଷ ଟଙ୍କା।

drs

ପୁରସ୍କାର ଜିତିଥିବା କପଲଙ୍କ ନାଁ ନିକୋଲ ପେଡନାଲଟ ଓ ରୋଜର ଲାରୋକ। ଘଟଣାଟି ହେଉଛି, ପେଡନାଲଟ ନିଜ ନାତିର ହୋମୱାର୍କ କରାଉଥିଲେ। ଏହି ସମୟରେ ସେ ବହି ଭିତରେ ଏକ ଲଟେରୀ ଟିକେଟ ଦେଖିବାକୁ ପାଇଥିଲେ, ଯାହାକୁ ଦମ୍ପତି ୨୦୧୮ ଭ୍ୟାଲେଣ୍ଟାଇନ ଡେ’ ଅବସରରେ କିଣିଥିଲେ।

ff

ଏହି ଲଟେରୀରୁ ସେମାନେ ୧୦ ଲକ୍ଷ କାନାଡିଆନ ଡଲାର ଜିତିଥିଲେ। ଉକ୍ତ ରାଶିକୁ Lotto-Quebec ନାମକ ସଙ୍ଗଠନ ୩ ଏପ୍ରିଲରେ ତାଙ୍କୁ ଦେଇଥିଲା। କହି ରଖୁଛୁ, ଲଟେରୀ ମିଳିବା ଘଟଣାରେ ଏହି କପଲ ବହୁତ ଭାଗ୍ୟଶାଳୀ ରହିଥିଲେ, କାରଣ ତାଙ୍କୁ ଏମିତି ମଉକାରେ ଲଟେରୀ ଟିକେଟ ମିଳିଥିଲା, ଯେତେବେଳେ ଏହାର ବୈଧତା ଶେଷ ହେବାକୁ ମାତ୍ର କିଛି ହିଁ ଦିନ ବାକି ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.