Below header

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଟିମ୍‌ରେ ସାମିଲ୍‌ ହେଲେ ୨୦ ଭାରତୀୟ ବଂଶୋଦ୍ଭବ, ରହିଲେ ମହତ୍ତ୍ୱପୂର୍ଣ୍ଣ ପଦବିରେ

 ଓ୍ଵାଶିଂଟନ : ଆମେରିକା ରାଷ୍ଟ୍ରପତି ପଦରେ ଜୋ ବାଇଡେନ୍‌ ବିଜୟ ଲାଭ କରିବା ପରେ ଏବେ ନିଜର ଟିମ୍‌ ବାଛିବାକୁ ଯାଉଛନ୍ତି । ଉପ-ରାଷ୍ଟ୍ରପତି ପଦରେ ଭାରତୀୟ ବଂଶୋଦ୍ଭବ କମଳା ହୈରିସ୍‌ ବିଜୟଲାଭ କରିଥିବାବେଳେ ପ୍ରାୟ ୨୦ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ବାଇଡେନ୍‌ ତାଙ୍କ ଟିମ୍‌ରେ ସାମିଲ କରିବାକୁ ଯାଉଛନ୍ତି । ସେଥିମଧ୍ୟରୁ ୩ ଜଣ ପ୍ରବାସୀ ଭାରତୀୟଙ୍କୁ ନିଜର ରିଭ୍ୟୁ ଟିମ୍‌ର ଲିଡର ଭାବେ ମନୋନୀତ କରିଛନ୍ତି ।

ବାଇଡେନ୍‌ଙ୍କ ଟିମ୍‌ରେ ସାମିଲ ହୋଇଥିବା ୨୦ ଜଣ ପ୍ରବାସୀ ଭାରତୀୟ ଆମେରିକା ନିର୍ବାଚନ ପରିଚାଳନାରେ ମୁଖ୍ୟ ପୁରୋଧା ସାଜିଥିଲେ । କୁହାଯାଏ ଏହି ୨୦ ଜଣ ପ୍ରବାସୀ ଭାରତୀୟଙ୍କ ପ୍ରଚେଷ୍ଟା ଯୋଗୁଁ ଆମେରିକାର ଶାସନରେ ପରିବର୍ତ୍ତନ ସମ୍ଭବ ହେଲା । ନିର୍ବାଚନ ବେଳେ ଏମାନଙ୍କ କାର୍ଯ୍ୟ ଦକ୍ଷତା ନେଇ ଶୁଣାଯାଉଥିଲା । ସେତେବେଳେ ମଧ୍ୟ ଶୁଣାଯାଉଥିଲା ଯେ ବାଇଡେନ୍‌ ଯଦି ନିର୍ବାଚନ ଜିତନ୍ତି, ତେବେ ଏହି ପ୍ରବାସୀ ଭାରତୀୟମାନେ ଭଲ ପଦବିରେ ରହିବେ । ଯାହା ଆଜି ସତ ହେବାକୁ ଯାଉଛି ।

biden-0

ଜାନୁଆରୀ ୨୦ରେ ବାଇଡେନ୍‌ ରାଷ୍ଟପତି ଭାବେ ଶପଥ ନେବେ । ନିଜର କାର୍ଯ୍ୟଭାର ସମ୍ଭାଳିବା ପରେ ତାଙ୍କର ଟିମ୍‌ ଘୋଷଣା କରିବେ । ବାଇଡେନ୍‌ଙ୍କ ଟିମ୍‌ରେ ଅତମନ୍‌ ତ୍ରିବେଦୀ, ଅନିଶ ଚୋପଡ଼ା, ଅରୁଣ ଭେଙ୍କଟରମନ, କିରଣ ଆହୁଜା, ରାଜ ନାୟକ ଓ ଶୀତଲ ଶାହଙ୍କ ଭଳି ୨୦ ଭାରତୀୟ ସାମିଲ ହେବେ । ଏମାନଙ୍କର କାର୍ଯ୍ୟ କୁଶଳତା ପାଇଁ ହିଁ ଜୋ ବାଇଡେନ୍‌ ରାଷ୍ଟ୍ରପତି ଓ କମଳା ହୈରିସ୍‌ ଉପ ରାଷ୍ଟ୍ରପତି ପଦରେ ନିର୍ବାଚିତ ହେବା ସହଜ ହୋଇଛି ।

ଜୋ ବାଇଡେନଙ୍କ ଟିମ୍‌ରେ ସାମିଲ ହେବାକୁ ଥିବା ରାହୁଳ ଗୁପ୍ତାଙ୍କୁ ଅଫିସ୍‌ ଅଫ୍‌ ନେସ୍‌ନାଲ୍‌ ଡ୍ରଗ୍ସ କଣ୍ଟ୍ରୋଲ୍‌ ପଲିସିର ଲିଡର ଭାବେ ମନୋନୀତ କରାଯାଇଛି । ସେହିପରି ରାଜ ଦେ ଙ୍କୁ ଡିପାର୍ଟମେଣ୍ଟ ଅଫ୍‌ ଜଷ୍ଟିସ୍‌, ସୀମା ନନ୍ଦାଙ୍କୁ ଡିପାର୍ଟମେଣ୍ଟ ଅଫ୍‌ ଲେବର୍‌ ଦାୟିତ୍ୱ ଦିଆଯାଇଛି । ଆମେରିକାରେ ରହୁଥିବା ଭାରତୀୟଙ୍କୁ ସାଧାରଣତଃ ଡେମୋକ୍ରାଟିକ ପାର୍ଟିର ଭୋଟର ବୋଲି ଧରାଯାଏ । ଏଥିସହ ଆମେରିକା ନିର୍ବାଚନରେ ରାଷ୍ଟ୍ରପତି  ବାଇଡେନ୍‌ ଓ ଉପ-ରାଷ୍ଟ୍ରପତି କମଳାଙ୍କ ନିର୍ବାଚନ ପ୍ରଚାର ପାଇଁ ୨୪ ଜଣ ପ୍ରବାସୀ ଭାରତୀୟ ୧୮ କୋଟି ଚାନ୍ଦା ଦେଇ ସହାୟତା କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.