ଯାଜପୁର: ବଡଚଣା ବିଧାୟକଙ୍କ ଘରେ ପଶିଲା କରୋନା, ଚାରି କର୍ମଚାରୀ ପଜିଟିଭ ଚିହ୍ନଟ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ବଡଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଘରେ କାର୍ଯ୍ୟରତ ଥିବା କର୍ମଚାରୀ କରୋନା ଚିହ୍ନଟ ହୋଇଛନ୍ତି । ବିଧାୟକଙ୍କ ଡ୍ରାଇଭର, ପିଏସଓଙ୍କ ସମେତ ୪ଜଣଙ୍କର କରୋନା ରିପୋର୍ଟ ପଜିଟିଭ ଆସିଛି । କର୍ମଚାରୀଙ୍କ ମାନଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ବିଧାୟକ ଓ ତାଙ୍କ ପରିବାରବର୍ଗଙ୍କ ମଧ୍ୟ ଆଣ୍ଟିବଡି ଟେଷ୍ଟ ହୋଇଛି ।

କିନ୍ତୁ ଏଥିରୁ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡିଛି । ଏନେଇ ବିଧାୟକ ଓ ତାଙ୍କ ପରିବାରଙ୍କୁ ୧୪ଦିନ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ସୂଚନା ଦେବା ଯୋଗ୍ୟକି, ପୂର୍ବରୁ ଓଡ଼ିଶାର ଚାରି ଜଣ ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.