କଟକରୁ ସମ୍ବଲପୁର ସଂଯୋଗ କରୁଥିବା ଅନୁଗୁଳ ଓ ଢେଙ୍କାନାଳ ରାଜପଥ ସମସ୍ୟାକୁ ନେଇ ଆଜି ୪ ଘଣ୍ଟିଆ ଆନ୍ଦୋଳନ

ଅନୁଗୁଳ(କେନ୍ଯୁଜ୍):ରାସ୍ତା ସମସ୍ୟାକୁ ନେଇ ୪ ଘଣ୍ଟିଆ ଆନ୍ଦୋଳନ । କଟକରୁ ସମ୍ବଲପୁର ସଂଯୋଗ କରୁଥିବା ଅନୁଗୁଳ ଓ ଢେଙ୍କାନାଳ ରାଜପଥର ଅବସ୍ଥାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟିଆ ଆନ୍ଦୋଳନ ଡାକରା ଦିଆଯାଇଛି । ବଅଁରପାଳଠାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ସାଂସଦ ।

ଏହାସହ ଶ୍ୟାମାଚରଣପୁର ଠାରେ ମାଲବାହୀ ଟ୍ରେନ ଚଳାଚଳ ବନ୍ଦ ରହିଛି । ଜାତୀୟ ରାଜପଥ ନବୀକରଣରେ ବିଳମ୍ବ ପାଇଁ ଏଜେନ୍ସିକୁ ଦାୟୀ କରାଯାଇଛି । ରାଜ୍ୟସରକାର ରାଜପଥ ପ୍ରଶସ୍ତିକରଣ ପାଇଁ ଜମି ଯୋଗାଇ ଦେଇଛନ୍ତି । ଟଙ୍କା ମଧ୍ୟ ଆସିଛି । ମାତ୍ର ଠିକା ନେଇଥିବା ଏଜେନ୍ସି କାମ ବିଳମ୍ବ କରୁଛି । ତେଣୁ ଏଜେନ୍ସିକୁ ଗିରଫ କରିବାକୁ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.