Below header

ୟୁକ୍ରେନ୍‌ରୁ ଫେରିଲେ ଆଉ ୪ ଓଡ଼ିଆ ଛାତ୍ରଛାତ୍ରୀ

କେନ୍ଯୁଜ୍:ୟୁକ୍ରେନ୍‌ରୁ ଫେରିଲେ ଆଉ ୪ ଓଡ଼ିଆ ଛାତ୍ରଛାତ୍ରୀ । ଭାରତୀୟ ବାୟୁସେନା ପକ୍ଷରୁ ସୁରକ୍ଷିତ ଭାବେ ଛାତ୍ରଛାତ୍ରୀଙ୍କୁ ଅଣାଯାଇଛି। ବିଳମ୍ବିତ ରାତିରେ ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ ପହଁଚିଛନ୍ତି । ଗତକାଲି ୧୪ ଓଡ଼ିଆ ଛାତ୍ରଛାତ୍ରୀ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଁଚିଥିଲେ । ଏପର୍ଯ୍ୟନ୍ତ ୩୦ରୁ ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଫେରିଲେଣି ।

ସେପଟେ ଆଜି ସକାଳ ୬ଟାରେ ଏକ ବାୟୁସେନା ଏୟାରକ୍ରାଫ୍ଟ ହିଣ୍ଡନ ଏୟାରବେସ୍‌ରେ ଅବତରଣ କରିଛି । ଏହାସହ ସକାଳ ୭ଟାରେ ଏକ ଯାତ୍ରୀବାହୀ ବିମାନ ୨୦୦ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଁଚିଛି । ସେପଟେ ପୋଲାଣ୍ଡରୁ ପ୍ରଥମ C17 ବିମାନ ବାହାରିଥିବାବେଳେ ଆଜି ଆଉ ୩ଟି ବାୟୁସେନା ବିମାନ ଭାରତୀୟଙ୍କୁ ନେଇ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.