Below header

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ, ଖଣ୍ତା ଚୋଟରେ ଗୋଟିଏ ପରିବାରର ୪ ଜଣ ଗୁରୁତର

ଆନନ୍ଦପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ। ରାମଚନ୍ଦ୍ରପୁର ଗ୍ରାମର ବେଣୁଧର ବେହେରାଙ୍କ ପରିବାରର ୪ ଜଣ ଖଣ୍ତା ଚୋଟରେ ଗୁରୁତର ଆହାତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଘଟଣା ଅନୁଯାୟୀ ରାମଚନ୍ଦ୍ରପୁର ଗ୍ରାମର ବେଣୁଧର ବେହେରାଙ୍କ ପୁତୁରା ଖଲଣା ଗ୍ରାମର ରମେଶ ବେହେରା ନାମକ ଯୁବକଙ୍କ ଭାଣିଜୀକୁ ଗତ ଦୁଇ ମାସ ତଳେ ପ୍ରେମ ବିବାହ କରିଥିଲେ। ଉଭୟ ପୁତୁରା ଏବଂ ବୋହୂଙ୍କୁ ବେଣୁଧର ନିଜ ଘରେ ଆଶ୍ରୟ ଦେଇଥିଲେ।

ଏଥିନେଇ ରମେଶ ପରିବାର ସହ ବେଣୁଧରଙ୍କ ଶତ୍ରୁତା ବଢି ଯାଇଥିଲା। ଗତକାଲି ସଂଧ୍ଯାରେ ରମେଶ ବେହେରା ୮ ରୁ ୧୦ ଜଣ ସାଥିଙ୍କୁ ଧରି ରାମଚନ୍ଦ୍ରପୁର ସ୍ଥିତ ବେଣୁଧରଙ୍କ ଘରେ ଧାରୁଆ ଅସ୍ତ୍ରରେ ଅଚାନକ ଆକ୍ରମଣ କରିଥିଲେ । ଏଥିରେ ବେଣୁଧରଙ୍କ ସମେତ ତାଙ୍କ ସ୍ତ୍ରୀ ମାଳତୀ ବେହେରା ,ପୁଅ ଓ ବୋହୂ ଆହାତ ହୋଇ ସ୍ଥାନିୟ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଖଣ୍ତା ଚୋଟରେ ବିଶେଷ ଭାବେ ବେଣୁଧର ଗୁରୁତର ଆହାତ ହୋଇଥିବା ଜଣାପଡିଛି। ରାମଚନ୍ଦ୍ରପୁର ଥାନା ଭାରାପ୍ରାପ୍ତ ଅଧିକାରୀ ଘଟଣା ସମ୍ପର୍କରେ ଖବର ପାଇଁ ସାଇଁକୁଳ ଡାକ୍ତର ଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ କରିବା ସହିତ ଖଲଣା ଗାଁରେ ଚଢାଉ କରିଛନ୍ତି। ସମସ୍ତ ଯୁବକ ଫେରାର ଥିବାବେଳେ କାହାକୁ ଗିରଫ କରାଯାଇ ନଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.