ପ୍ରତିଦିନ ଲବଙ୍ଗ ଖାଇ କମ କରନ୍ତୁ ନିଜର ଓଜନ ଆଉ ରୁହନ୍ତୁ ସୁସ୍ଥ

ସାଧାରଣତଃ ସବୁ ଭାରତୀୟଙ୍କ ରୋଷେଇ ଘରେ ଲବଙ୍ଗ ଦେଖିବାକୁ ମିଳିଥାଏ କାରଣ ଲବଙ୍ଗର ବ୍ୟବହାର ଅନେକ ପ୍ରକାର ରୋଷେଇରେ କରାଯାଇଥାଏ । କେବଳ ସେତିକି ନୁହେଁ ଏହା ଶରୀରକୁ ମଧ୍ୟ ଅନେକ ପ୍ରକାର ଲାଭ ପହଂଚାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଲବଙ୍ଗର ଏପରି ଏକ ଲାଭ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ । ବାସ୍ତବରେ, ଲବଙ୍ଗ ମେଦବହୁଳତା ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ଏଥିରେ ପ୍ରୋଟିନ୍, ଆଇରନ୍, କାର୍ବୋହାଇଡ୍ରେଟ୍, କ୍ୟାଲସିୟମ୍ ଏବଂ ହାଇଡ୍ରୋକ୍ଲୋରିକ୍ ​​ଏସିଡ୍ ଥାଏ । ତେବେ ଆସନ୍ତୁ ଜାଣିବା ନିଜକୁ ଫିଟ୍ ରଖିବା ଏହା କିପରି ଲୋକଙ୍କୁ ସାହାଯ୍ୟ କରିଥାଏ ।

What Are Cloves and How Are They Used?

ଲବଙ୍ଗରେ ଥିବା ୟୁଜେନଲ୍ ହଜମକୁ ସହଜ କରିବାରେ ସାହାଯ୍ୟ କରେ । ଓଜନ ହ୍ରାସ କରିବାରେ ସୁସ୍ଥ ହଜମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଆହୁରି ମଧ୍ୟ, ଲବଙ୍ଗ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ ଏବଂ ଏହା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ତାହେଲେ ଆସନ୍ତୁ ଜାଣିବା ଲବଙ୍ଗକୁ କିପରି ସେବନ କଲେ ଆପଣ ନିଜର ଓଜନକୁ ହ୍ରାସ କରିପାରିବେ ।

ଆବଶ୍ୟକୀୟ ସାମଗ୍ରୀ

  • 50 ଗ୍ରାମ ଲବଙ୍ଗ
  • 50 ଗ୍ରାମ ଜିରା
  • 50 ଗ୍ରାମ ଚିନାବାଦାମ

8 Great Substitutes for Nutmeg

କିପରି କରିବେ ସେବନ

ଏକ ପ୍ୟାନରେ ସମସ୍ତ ଉପାଦାନକୁ ଭଲ ଭାବରେ ଭାଜନ୍ତୁ ଆଉ ତପରେ ଏହାକୁ ଗୁଣ୍ଡ କରି ଏକ ଏୟାରଟାଇଟ୍ ପାତ୍ରରେ ରଖନ୍ତୁ । ପ୍ରତିଦିନ ଏହି ମିଶ୍ରଣରୁ 1 ଚାମଚ ଏକ ଗ୍ଲାସ ପାଣିରେ ଗୋଳାଇ ପିଅନ୍ତୁ । ଆପଣ ଚାହିଁଲେ ଏହାକୁ ମିଠା କରିବା ପାଇଁ ଆପଣ ଏକ ଚାମଚ ମହୁ ମଧ୍ୟ ମିଶାଇ ପାରିବେ । ଅଧିକ ଲାଭ ପାଇଁ, ସକାଳେ ଏହାକୁ ଖାଲି ପେଟରେ ନିଅନ୍ତୁ । କିନ୍ତୁ ମନେରଖନ୍ତୁ, ଯେ କୌଣସି ଜିନିଷର ଅତ୍ୟଧିକ ବ୍ୟବହାର ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଏହା ସହିତ, ନିୟମିତ ବ୍ୟାୟାମ କରନ୍ତୁ ଏବଂ ପ୍ରତିଦିନ ଡାଏଟ ଫଲୋ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.