ଅଭିନବଙ୍କ କଥାରେ ରାଗିଗଲେ ସଲିମ ଖାନ, ଅରବାଜ କହିଲେ ନେବେ ଆଇନଗତ କାର୍ଯ୍ୟାନୁଷ୍ଠାନ

ହିନ୍ଦୀ ସିନେମାର ଦବଙ୍ଗ ଷ୍ଟାର ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ ଦବଙ୍ଗ’ର ନିର୍ଦ୍ଦେଶକ ଅଭିନବ ସିଂହ କଶ୍ୟପ ସଲମାନଙ୍କ ପରିବାର ଉପରେ ସୋସିଆଲ ମିଡିଆରେ ଆରୋପ ଲଗାଇଛନ୍ତି। ଏହି ଘଟଣାର ପ୍ରତିକ୍ରିୟା ଦେଇ ସଲମାନଙ୍କ ବାପା ସଲିମ ଖାନ ରଗିଥିବା ବେଳେ ଭାଇ ଅରବାଜ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ଅଭିନବ କଶ୍ୟପ ସୁଶାନ୍ତଙ୍କ ଅତ୍ମହତ୍ୟା ପାଇଁ ଖାନ ପରିବାର ଦାୟୀ ବୋଲି କହିଥିଲେ।

Abhinav-Kashyap

ଯାହାକୁ ନେଇ ସଲିମ ଖାନ୍‌ କହିଛନ୍ତି, ଅଭିନବଙ୍କ ଏହି କଥାରେ ମୁଁ ପ୍ରତିକ୍ରିୟା ଦେଇ ସମୟ ବରବାଦ କରିବାକୁ ଚାହୁଁନାହିଁ। ଅଭିନବ ଫିଲ୍ମ ‘ଦବଙ୍ଗ’ ସୁଟିଂ ସମୟରେ ପୁରା ଖାନ ପରିବାରକୁ ଦୋଷ ଦେଇଥିଲେ। ଯାହାର ଜବାବରେ ସଲିମ କହିଛନ୍ତି, ‘ହଁ, ଆମେହିଁ ସବୁ ଖରାପ କରିଛି। ଆପଣ ଯାଇ ତାଙ୍କ ଫିଲ୍ମ ଦେଖନ୍ତୁ, ତା’ ପରେ ଆମେ କଥା ହେବା।

ସଲିମ ଆହୁରି ମଧ୍ୟ କହିଛନ୍ତି, ‘ ସେ ମୋ ନା ମଧ୍ୟ କହିଛନ୍ତି ତାଙ୍କ ଷ୍ଟେଟମେଣ୍ଟରେ। କିନ୍ତୁ ହୁଏତ ତାଙ୍କୁ ମୋ ପିତାଜୀଙ୍କ ନାମ ଜଣାନାହିଁ। ତାଙ୍କ ନାମ ରାଶିଦ ଖାନ। ଅଭିନବ ମୋ ବାପା, ଜେଜେ ଏବଂ ତାଙ୍କ ବାପାଙ୍କ ନାମ ମଧ୍ୟ ଯୋଡିଦିଅନ୍ତୁ। ଯାହା କରିବାର ଇଚ୍ଛା ଅଭିନବ କରନ୍ତୁ।
ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ପରେ ବଲିଉଡ ଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଚାଲୁଥିବା ନେପୋଟିଜିମ୍‌ ବିରୋଧରେ ଯୁକ୍ତି ଆରମ୍ଭ ହୋଇଗଲାଣି। ସୁଶାନ୍ତଙ୍କ ପରେ ଏବେ ନିର୍ଦ୍ଦେଶକ ଅଭିନବ ସିଂ କଶ୍ୟପ ନିଜ ଫେସବୁକ ପୋଷ୍ଟରେ ସଲମାନ ଖାନ ଏବଂ ତାଙ୍କ ପରିବାର ଉପରେ ଆରୋପ ଲଗାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.