Below header

ଖୋର୍ଦ୍ଧା: ଟାଙ୍ଗୀର ଦିଲ୍ଲୀ ଫେରନ୍ତା ସଂକ୍ରମିତ ପରେ ପରିବାରର ପୁଣି ୮ ଜଣ ସଂକ୍ରମିତ, ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ

ଟାଙ୍ଗୀ(କେନ୍ୟୁଜ୍):  କରୋନା ମହାମାରି ସଂକ୍ରମଣ ଏବେ ଖୋର୍ଦ୍ଧା  ସବ୍ ଡିଭିଜନରେ  କ୍ଷିପ୍ର ଗତିରେ ମାଡି ଚାଲିଥିବା ବେଳେ, ସଂଯମତା ଅଭାବ ଯୋଗୁଁ ଟାଙ୍ଗୀର ଜଣେ ଦିଲ୍ଲୀ ଫେରନ୍ତା କରୋନା ସଂକ୍ରମଣ ଶିକାର ହୋଇ ତାଙ୍କ ପରିବାରର ଛଅ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ସହିତ ଡ୍ରାଇଭର ଓ ସାଙ୍ଗରେ ଥିବା ଜଣେ ସହଯୋଗୀ କରୋନା ସଂକ୍ରମିତ ହୋଇଛନ୍ତି । ଏହି ଘଟଣା ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ଘଟଣା କୁହା ଯାଉଥିବାବେଳେ ଏହା ଏବେ ଟାଙ୍ଗୀରେ କୋକୁଆ ଭୟ ସୃଷ୍ଟି କରିଛି । ଏପରିକି ଏହି ସଂକ୍ରମଣକୁ ରୋକିବା  ପରିବର୍ତ୍ତେ ଜିଲ୍ଲା ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବୋଲି ସ୍ଥାନୀୟ ଅଞ୍ଚଳରେ ସମାଲୋଚନା ଜୋର ଧରିଛି ।

ଘଟଣାରୁ ଜଣା ପଡିଛି ଯେ ଜଣେ ଯୁବକ ଗତ ଜୁନ ମାସ ୨୨ ତାରିଖରେ ଦିଲ୍ଲୀରୁ ଫେରିବା ପରେ ସମ୍ପୃକ୍ତ  ଯୁବକ ନିଜ ଘରେ ସଙ୍ଗରୋଧରେ ରହିଥିଲେ । ଟାଙ୍ଗୀ ସରପଞ୍ଚ ସୁପ୍ରଭା ମହାପାତ୍ର ଏହି ଘଟଣା ଅବଗତ ହେବା ପରେ ସରକାରୀ କଟକଣା ରେ ରହିବା ପାଇଁ ସୁପାରିଶ କରିବା ସହ ସେହି ବ୍ୟକ୍ତିଙ୍କ ଘର ସମ୍ମୁଖରେ ମଧ୍ୟ ସୂଚନା ପତ୍ର ଲଗାଇଥିଲେ । ତାପର ଦିନ ତାଙ୍କ ସ୍ୱାବ ପରୀକ୍ଷା ରିପୋର୍ଟ ସଂକ୍ରମିତ ଆସିବା ପରେ ଭୁବନେଶ୍ୱର କୋଭିଡ ହସ୍ପିଟା.କୁ ସ୍ଥାନାନ୍ତର କରାଯାଇଥିଲା ।

ଦିଲ୍ଲୀରୁ ଏହି ଯୁବକଙ୍କ ସହିତ ଆସିଥିବା ଟାଙ୍ଗୀର ଆଉ ଜଣେ ଯୁବକଙ୍କୁ ଟାଙ୍ଗୀ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖା ଯାଇଥିଲା । ଖୋର୍ଦ୍ଧା ଜିଲ୍ଲାପାଳ, ଟାଙ୍ଗୀ ବିଡ଼ିଓ ଅକ୍ଷୟ କୁମାର ରାଉତ, ଟାଙ୍ଗୀ ସରପଞ୍ଚ ଓ ବୁଦ୍ଧିଜୀବୀଙ୍କ ମତାମତ କୁ ନେଇ ଟାଙ୍ଗୀ ସିନେମା ହଲ (ମହାବୀର ଛକ )ଠାରୁ ରଘୁନାଥ ମନ୍ଦିର ପର୍ଯ୍ୟନ୍ତ ୭୨  ଘଣ୍ଟା ପାଇଁ ଅବରୋଧ କ୍ଷେତ୍ର ଘୋଷଣା କରାଯାଇଥିଲା । ନିଜ ଘରେ ସଙ୍ଗରୋଧରେ ଥିବା ସମ୍ପକ୍ତ ଯୁବକଙ୍କ ପରିବାରର ୧୧ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ପଠାଯାଇଥିଲା ।

ଆଜି  ସେହି ପରିବାରର ତିନି ଭାଇ, ୮୦ ବର୍ଷର ବୃଦ୍ଧା ମା, ୧୦ବର୍ଷ ମଧ୍ୟରେ ଦୁଇଟି ଛୁଆ, ଦିଲ୍ଲୀରୁ ଆସିଥିବା ଡ୍ରାଇଭର ଓ ପଞ୍ଚାୟତ ସଙ୍ଗରୋଧରେ ଏମାନଙ୍କ ସହ ମିଶିଥିବା ଅନ୍ୟ ଜଣେ ଯୁବକଙ୍କୁ ମିଶାଇ ମୋଟ ୮ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା। ସେମାନଙ୍କ ରିପୋର୍ଟ ଗତ କାଲି ସଂକ୍ରମିତ ଜଣା ପଡିବା ପରେ ଆଜି ସେମାନଙ୍କୁ କୋଭିଡ ହସ୍ପିଟାଲ କୁ ପଠାଇ ଦିଆଯାଇଛି ।

କିନ୍ତୁ ଏହି ପରିବାରର ସଂକ୍ରମିତ ସଦସ୍ୟ ବାହାରେ ବହୁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଆଲୋଚନା ଜୋର ଧରିଛି । କିନ୍ତୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଅଞ୍ଚଳରେ ପ୍ରଶାସନର ନରବତାକୁ ସମାଲୋଚନା କରାଯାଇଛି । ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ପ୍ରଶାସନର ନୀରବତାକୁ  ବୁଦ୍ଧିଜୀବୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏଣୁ ଏହି ବିଷୟକୁ ଗୁରୁତ୍ୱ ସହ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପଦକ୍ଷେପ ନନେଲେ ଗୋଷ୍ଠି ସଂକ୍ରମଣ ଆଡ଼କୁ ଏହା ଗତି କରିବାର ବହୁ ସମ୍ଭାବନା ଥିବା ସନ୍ଦେହ କରି ଆତଙ୍କିତ ହୋଇ ପଡିଛନ୍ତି ଅଞ୍ଚଳବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.