ଘରୋଇ ବିବାଦରୁ ଗୁଳି, ଯୁବକ ଗୁରତର ଆହତ

ଟାଙ୍ଗୀ (କେ ନ୍ୟୁଜ୍‌) : ଖୋରଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଗୁଳିମାଡରେ ଜଣେ ଯୁବକ ଗୁରୁତର । ସୂଚନା ଅନୁସାରେ ବାଣପୁର ବ୍ଲକ କୁମାରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଝିଣ୍ଟିକାପଲ୍ଲୀ ଗ୍ରାମରେ ଆଜି ଅପରାହ୍ନରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ ହୋଇଛି । ଗୁଳିମାଡର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି କାହ୍ନୁ ପରିଡା । ତାଙ୍କ ବୟସ ୩୬ ବର୍ଷ । ଗୁଳିଟି ତାଙ୍କର ମୁହଁରେ ବାଜିଥିବାରୁ ସେ ଗୁରୁତର ଅଛନ୍ତି ।

ତାଙ୍କୁ ପ୍ରଥମେ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । କିନ୍ତୁ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ବାଣପୁର ପୋଲିସ୍ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । ଘରୋଇ ବିବାଦ ଓ ପୁରୁଣା ରାଗ କାରଣରୁ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ ସନ୍ଦେହ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.