ଜୁଲାଇ ୧୩ରୁ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀ ପାଇଁ ଅନଲାଇନ କ୍ଲାସ, ହ୍ଵାଟସ୍‌ଆପ କିମ୍ବା ଇମେଲ ଗ୍ରୁପ ମାଧ୍ୟମରେ ହେବ ପାଠପଢା

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ୧୩ରୁ ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀ ପାଇଁ ହେବ ଅନଲାଇନ କ୍ଲାସ। ଅନଲାଇନରେ ଶିକ୍ଷାଦାନ ନେଇ ଉଚ୍ଚଶିକ୍ଷା ବିଭାଗ ଗାଇଡଲାଇନ ଜାରି କରିିଛି। ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନେ ହ୍ଵାଟସ୍‌ଆପ କିମ୍ବା ଇମେଲ ଦ୍ୱାରା ଗ୍ରୁପ ମାଧ୍ୟମରେ ଯୋଡ଼ି ହେବେ। ପ୍ରତି ଗ୍ରୁପରେ ସର୍ବାଧିକ ୩୨ ଜଣ ପିଲା ରହିବେ। ଶିକ୍ଷକମାନେ ପାଠ୍ୟପୁସ୍ତକ ଓ ସମ୍ବନ୍ଧିତ ଉପକରଣକୁ ଡିଜିଟାଲ ମାଧ୍ୟମରେ ହ୍ଵାଟସଆପ କିମ୍ବା ଇମେଲରେ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେବେ।

ସପ୍ତାହକୁ ତିନି ଦିନ ଲେଖାଏ ଅନଲାଇନ କ୍ଲାସ ହେବ। ଏଥିରେ ୨ରୁ ୩ଘଣ୍ଟା ଶିକ୍ଷାଦାନ କରାଯିବ। କଲେଜ କ୍ୟାମ୍ପସରୁ ଶିକ୍ଷକମାନେ ଅନଲାଇନ କ୍ଲାସରେ ଯୋଡ଼ି ହେବେ । ଅନଲାଇନ ମାଧ୍ୟମରେ ଉପସ୍ଥାନ ଗ୍ରହଣ କରାଯିବ ଓ ଶିକ୍ଷକମାନେ ଲେସନ ପ୍ଲାନ ଉଲ୍ଲେଖ କରିବେ। କଲେଜର ଅଧ୍ୟକ୍ଷଙ୍କ ସହ ଦୁଇ ତିନିଜଣ ବରିଷ୍ଠ ଅଧ୍ୟାପକ ସମୟ ଅନୁସାରେ ଅନଲାଇନ କ୍ଲାସ ନିରୀକ୍ଷଣ କରିବେ ବୋଲି ଉଚ୍ଚଶିକ୍ଷା ସଚିବ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖି ଜଣାଇଛନ୍ତି। ଅଗଷ୍ଟ ୩୧ ପର୍ଯ୍ୟନ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହୁଥିବାରୁ ଏହି ପଦକ୍ଷେପ ନିଆଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.